Masthead

ମହୁଆଙ୍କ ଶବ୍ଦକୁ ନେଇ ବିବାଦ, ବିଜେପି କହିଲା କ୍ଷମା ମାଗନ୍ତୁ ସାଂସଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦରେ ଟିଏମସି ମହୁଆ ମୋଇତ୍ର ଅପଶଦ୍ଦ ବ୍ୟବହାରକୁ ନେଇ ବିଜେପି ଘୋର ନିନ୍ଦା କରିଛି । ମଙ୍ଗଳବାର ଲୋକସଭା ବଜେଟ ସେସନରେ ମହୁଆ ମୋଇତ୍ର ଅଶାଳୀନ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଜଣେ ଟିଏମସିର କର୍ମୀ ମହୁଆ ମୋଇତ୍ରଙ୍କୁ ସମର୍ଥନ କରିବା ସହ ନିଜ ଟ୍ୱିିଟର ଆକାଉଣ୍ଟରେ ସେହି ମନ୍ତବ୍ୟକୁ ସେୟାର କରିଥିଲେ ।

ତେବେ ଏହି ଅପଶଦ୍ଦର ବ୍ୟବହାରକୁ ନେଇ ବିଜେପି କଡ଼ା ନିନ୍ଦା କରିବା ସହ ଭୁଲ ମାଗିବା ପାଇଁ ଦାବି କରିଛି । ବିଜେପିକୁ ଜବାବ ଦେଇ ମହୁଆ କହିଛନ୍ତି ଯେ, ମୁଁ କଣ କହିବି ସେଥିପାଇଁ ବିଜେପି ଠାରୁ ଅନୁମୁତି ନେବି କି ? ସଂସଦରେ ମହୁଆ ଆଦାନି ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲେ। ମୋଦି ସରକାରଙ୍କୁ କଡା ଶବ୍ଦରେ ସମାଲୋଚନା କରିଥିଲେ । ସେତେବେଳେ ଗୃହର ଅଧ୍ୟକ୍ଷ ଆସନରେ ବସିଥିଲେ ଭର୍ତ୍ତୃହରି ମହତାବ । ମହୁଆ କହିଥିବା ଶବ୍ଦକୁ ଗୃହର ବିବରଣୀରୁ ବାଦ୍ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ