Masthead

ତୁର୍କୀରେ ପ୍ରକୃତିର କରାଳ ରୂପ, ୨୦ ହଜାରରେ ପହଞ୍ଚିଲାଣି ମୃତ୍ୟୁ ସଂଖ୍ୟା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ତୁର୍କୀ ଏବଂ ସିରିଆରେ ହୋଇଥିବା ପ୍ରଳୟକାରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ପ୍ରାୟ ୨୦ ହଜାରରେ ପହଞ୍ଚିଲାଣି। ପ୍ରକୃତି ରଚିଥିବା ବିନାଶ ପରେ ଯାରି ରହିଛି ଉଦ୍ଧାର କାର୍ୟ୍ୟ । ଭାଙ୍ଗି ଯାଇଥିବା ବିଲ୍ଡିଂର ଆବର୍ଜନାରୁ ବାହାରିବାରେ ଲାଗିଛି ମୃତଦେହ । ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭୂକମ୍ପ କାରଣରୁ ଏପର୍ୟ୍ୟନ୍ତ ତୁର୍କୀରେ ୧୬ ହଜାର ୫୪୬ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଥିବା ବେଳେ ସିରିଆରେ ୩ ହଜାର ୧୬୨ ଜଣଙ୍କର ମୃତ୍ୟୁ ଘଟିଛି। ଆଗାମୀ ଦିନରେ ଉଭୟ ଦେଶରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ଭୂକମ୍ପ ଯୋଗୁଁ ହୋଇଥିବା ବିନାଶକୁ ଦୃଷ୍ଟିରେ ରଖି ତୁର୍କୀ ସରକାର ଆସନ୍ତା ତିନିମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ମୁତାବକ ଜାତିସଂଘର ସହାୟତା ମୁଖ୍ୟ ମାର୍ଟିନ ଗ୍ରିଫିଥ ଏହି ସପ୍ତାହ ଶେଷରେ ତୁର୍କୀର ଗାଜିଆଣ୍ଟେପ ଓ ସିରିଆର ଆଲେପ୍ପୋ ସହର ପରିଦର୍ଶନ କରିବେ। ମିଳିତ ଜାତିସଂଘ କିପରି ଉଭୟ ଦେଶକୁ କିପରି ସହାୟତା ପ୍ରଦାନ କରିବ ତା ବିଷୟରେ ଅନୁଧ୍ୟାନ କରିବା ପାଇଁ ସେ ସେଠାକୁ ଯିବେ ବୋଲି ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ ସୂଚନା ଦେଇଛନ୍ତି ।

ସୂଚନା ଥାଉ କିଗତ ଫେବୃଆରୀ ୬ ତାରିଖରେ ୨୪ ଘଣ୍ଟା ମଧ୍ୟରେ ତୁର୍କୀରେ ତିନୋଟି ପୃଥକ ଭୂକମ୍ପ ଘଟିଥିଲା। ରିଚ୍ଟର ସ୍କେଲରେ ସେମାନଙ୍କର ତୀବ୍ରତା ୭.୮, ୭.୫ ଏବଂ ୬.୦ ରେ ମାପ କରାଯାଇଥିଲା ଜ୍ଝ ପ୍ରଥମ ଭୂକମ୍ପର କେନ୍ଦ୍ରସ୍ଥଳ ହେଲା ଗାଜିଆଣ୍ଟେପ, ଦ୍ୱିତୀୟର କାହରାମନମାର ଏବଂ ତୃତୀୟର ଗୋକସୁନ୍ ଅଞ୍ଚଳ। ୧୯୯୯ ପରଠାରୁ ତୁର୍କୀରେ ଏହା ସବୁଠାରୁ ମର୍ମନ୍ତୁଦ ଭୂକମ୍ପ ଜ୍ଝ ସେତେବେଳେ ୧୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ