Masthead

ଅନିଶ୍ଚିତତାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ

ବଲାଙ୍ଗୀର(ବଡ଼ ଖବର ): କେବେ ଗଡିବ ଖୋର୍ଦ୍ଧା ବଲାଙ୍ଗୀର ଟ୍ରେନ । ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ପାଇଁ ଚଳିତ ବଜେଟରେ କେନ୍ଦ୍ର ସରକାର ୧୫ ଶହ ୯୯ ହଜାର ଟଙ୍କା ଅନୁଦାନ ଦେଇଛନ୍ତି। ତେବେ ସବୁ ବର୍ଷ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ପ୍ରକଳ୍ପ କାମ ଆଗେଇ ପାରୁ ନାହିଁ। ଯାହାକୁ ନେଇ ସାମ୍ନାକୁ ଆସିଛି ଅସଲ ତଥ୍ୟ । ବଲାଙ୍ଗୀର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ରେଳ ମନ୍ତ୍ରଣାଳୟକୁ ଣ୍ଟ ଏ ବିଷୟରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ଯେଉଁଥିରେ ସବୁ ବର୍ଷ ବ୍ୟୟ ବରାଦ ହେଉଥିବା ଟଙ୍କାର ମାତ୍ର ୩୦ ପ୍ରତିଶତ ହେଉଥିବା ବେଳେ ବାକି ଟଙ୍କା ଫେରିଯାଇଥିବା ଜଣାପଡିଛି । ଯେଉଁଥିରେ ଗତ ୨୦୧୬ /୧୭ ବର୍ଷରେ କେନ୍ଦ୍ର ୩୧୦ କୋଟି ଟଙ୍କା ଦେଇଥିଲେ। ହେଲେ ଖର୍ଚ୍ଚ ହୋଇଥିଲା ମାତ୍ର ୨୭୩ କୋଟି ଟଙ୍କା ।

ସହିପରି ୨୦୧୭/୧୮ ବର୍ଷରେ ୬୪୨ କୋଟି ଦିଆ ଯାଇଥିବା ବେଳେ ଖର୍ଚ୍ଚ ହୋଇଥିଲା ୧୫୮ କୋଟି, ୨୦୧୮/୧୯ ମିଳିଥିଲା ୬୨୫ କୋଟି ଏବଂ ଖର୍ଚ୍ଚ ହୋଇଥିଲା ୧୫୪ କୋଟି, ୨୦୧୯/୨୦୨୦ରେ ମିଳିଥିଲା ୩୫୦ କୋଟି ଖର୍ଚ୍ଚ ହୋଇଥିଲା। ସେହିପରି ୨୦୨୦/୨୧ ରେ ୫୧୯ କୋଟି ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଥିଲା ୧୭୦ କୋଟି, ସେହିପରି ୨୦୨୧/୨୨ ସର୍ବାଧିକ ୧୦୦୦ କୋଟି ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଥିଲା ୩୭୧ କୋଟି । ଗତ ବର୍ଷ ମଧ୍ୟ ଏହିଭଳି ୮୯୧ କୋଟି ଟଙ୍କା ମିଳିଥିବା ବେଳେ ୨୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥକୁ ଏଯାବତ ମୋଟ ୪ହଜାର ୬୯୨ କୋଟି ଟଙ୍କା ଦିଆ ଯାଇଥିଲା ହେଲେ ଏ ମଧ୍ୟରୁ ଖର୍ଚ୍ଚ ହୋଇଥିଲା ୨୦୦୩କୋଟି ଟଙ୍କା। କିନ୍ତୁ କୋଟି କୋଟି ଟଙ୍କାର ଅଥ ବ୍ୟୟ ବରାଦ ହେଉଥିଲେ ସୁଦ୍ଧା ପ୍ରକଳ୍ପ ଅନିଶ୍ଚିତତା ଘେରରେ ରହିଆସୁଥିବା ବେଳେ ଏବେବି ପ୍ରକଳ୍ପ ଅପେକ୍ଷାରେ ଅଞ୍ଚଳବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା