Masthead

୨୪ ଘଣ୍ଟାରେ ୨ ଥର ଭୂମିକମ୍ପ

ଗୁଜୁରାଟ (ବଡ଼ ଖବର ବ୍ୟୁରୋ): ୨୪ ଘଣ୍ଟାରେ ୨ ଥର ଭୂମିକମ୍ପ । ଭାରତର ଗୁଜୁରାଟରେ ୨୪ ଘଣ୍ଟାରେ ୨ ଥର ଭୂମିକମ୍ପ ଅନୁଭୂତ ହୋଇଛି । ତୁର୍କୀ ଓ ସିରିଆର ଭୟାବହ ଭୂମିକମ୍ପ ପରେ ଏବେ ଭାରତର ଗୁଜରାଟରେ ୨୪ଘଣ୍ଟା ମଧ୍ୟରେ ୨ଥର ଭୂକମ୍ପ ଅନୁଭୂତ ହୋଇଛି । ଗତ ରାତିରେ ଗୁଜରାଟର ସୁରଟ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିବା ବେଳେ ଏବେ କଚ୍ଛରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୩.୭ ରହିଛି । ଭୂକମ୍ପ ବିଜ୍ଞାନ ଅନୁସଂସ୍ଥାନ ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି କି କଚ୍ଛରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୩.୮ମାଗ୍ସିଚ୍ୟୁଟ ରହିଛି ।

ଏହାର କେନ୍ଦ୍ର ମାଟିତଳେ ୫.୨ କିଲୋମିଟର ଗଭୀର ବୋଲି କୁହାଯାଇଛି । ଏହାର କେନ୍ଦ୍ରସ୍ଥଳ ଆରବସାଗର ଥିଲା । ଭୂକମ୍ପରେ କୌଣସି ଧନଜୀବନ କ୍ଷତି ହୋଇ ନଥିବା କଥା ସୂଚନା ରହିଛି । ସେପଟେ ୨୦୦୧ରେ ଗୁଜରାଟର ସୁରଟରେ ଯେଉଁ ଭୂମିକମ୍ପ ଆସିଥିଲା ତାହାକୁ ଭାରତର ତୃତୀୟ ବଡ ଓ ଦ୍ୱିତୀୟ ସର୍ବାଧିକ ବିନାଶକାରୀ ଭୂକମ୍ପ ବୋଲି କୁହାଯାଇଛି । ଏଥିରେ ୧୩,୮୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ