Masthead

ପୁଣି ଆଉ ଏକ ଭବିଷ୍ୟବାଣୀ

ଭାରତ ସମେତ ୩ ଦେଶକୁ ଆସିପାରେ ବଡ଼ ବିପଦ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି ଆଉ ଏକ ଭବିଷ୍ୟବାଣୀ । ଭାରତକୁ ଆସିପାରେ ବଡ଼ ବିପଦ । ଭାରତ, ଆଫଗାନିସ୍ତାନ ଓ ପାକିସ୍ତାନରେ ହୋଇପାରେ ବଡ଼ ଧରଣର ଭୂମିକମ୍ପ । ତୁର୍କୀରେ ଭୂମିକମ୍ପ ଆସିବା ପୂର୍ବରୁ ମଧ୍ୟ ହୋଇଥିଲା ଭବିଷ୍ୟବାଣୀ । ନେଦରଲ୍ୟାଣ୍ଡ ଗବେଷକ ଫ୍ରାଙ୍କ ହୁଗ୍ବିଟ୍ସ ଭବିଷ୍ୟବାଣୀ କରିଥିଲେ । ଯାହା ପରେ ସତ ହୋଇଥିଲା । ଏବେ ସେ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି। ଗବେଷକ ଫ୍ରାଙ୍କ୍‌ ହୁଗ୍‌ବିଟ୍ସଙ୍କ ଭବିଷ୍ୟବାଣୀ ଅନୁସାରେ, ଭାରତ ସମେତ ଆଫଗାନିସ୍ତାନ ଓ ପାକିସ୍ତାନର ଆଖପାଖରେ ବଡ଼ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇପାରେ।

ତୁର୍କୀରେ ଗତ ଫେବୃଆରୀ ୬ରେ ଭୂକମ୍ପ ହୋଇଥିବା ବେଳେ ଏହାର ୩ ଦିନ ପୂର୍ବରୁ ଅର୍ଥାତ୍‌ ଫେବୃଆରୀ ୩ରେ ଫ୍ରାଙ୍କ୍‌ ହୁଗ୍‌ବିଟ୍ସ ଭବିଷ୍ୟବାଣୀ କରିଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ, ତୁର୍କୀ ଓ ସିରିୟାରେ ୭.୫ ତୀବ୍ରତାର ଭୂକମ୍ପ ଆସିପାରେ। ଭମବିଷ୍ୟବାଣୀ ସତ ହେବା ପରେ । ଏବେ ଏହି ପ୍ରଳୟଙ୍କାରୀ ଭୂକମ୍ପରେ ତୁର୍କୀ ଓ ସିରିୟା ଛାରଖାର ହୋଇଯାଇଛି। ମୃତ୍ୟୁ ସଂଖ୍ୟା ୩୩ ହଜାର ଟପିଛି। ଗ୍ରହ ଚଳନକୁ ଆଧାର କରି ହୁଗ୍‌ବିଟ୍ସ ଭୂକମ୍ପର ଭବିଷ୍ୟବାଣୀ କରିଥାନ୍ତି ବୋଲି ଜଣାପଡ଼ିଛି। ସେ ସୋଲାର୍‌ ସିଷ୍ଟମ ଜ୍ୟୋମେଟ୍ରି ସର୍ଭେ ପାଇଁ କାମ କରୁଛନ୍ତି। ଏସଏସଜିଇଓଏସ ଏକ ରିସର୍ଚ୍ଚ ସଂସ୍ଥା, ଯାହାକି ଭୂକମ୍ପର ଗତିବିଧିକୁ ଅନୁମାନ ଲଗାଇବା ପାଇଁ ମହାକାଶୀୟ ବସ୍ତୁ ଉପରେ ନଜର ରଖିଥାଏ।

ତେବେ ହୁଗ୍‌ବିଟ୍ସଙ୍କ ଦାବିକୁ ନେଇ ଅନେକ ବୈଜ୍ଞାନିକମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେପଟେ ହୁଗ୍‌ବିଟ୍ସ କହିଛନ୍ତି, ଭୂକମ୍ପର ୩ ଦିନ ପୂର୍ବରୁ ଏହାର ପୂର୍ବାନୁମାନ ନେଇ ଏକ ଟ୍ୱିଟ୍‌ କରିଥିଲି। କାରଣ ଏହା ଉପରେ ମୁଁ ଅଧିକ ରିସର୍ଚ୍ଚ କରିଥିଲି। ରିସର୍ଚ୍ଚରୁ ଜଣାପଡ଼ିଥିଲା, ତୁର୍କୀରେ ବଡ଼ ଧରଣର ଭୂକମ୍ପ ଆସିପାରେ। ତେଣୁ କିଛି ଅଘଟଣ ଘଟିବା ପୂର୍ବରୁ ଲୋକଙ୍କ ପାଇଁ ଚେତାବନୀ ଜାରି କରିବାକୁ ଚାହିଁଥିଲି। ହେଲେ ଜଣାନଥିଲା ଭବିଷ୍ୟବାଣୀର ୩ ଦିନ ପରେ ବଡ଼ ଧରଣର ଭୂକମ୍ପ ଆସିବ। ଆଉ ଏବେ ଆଫଗାନିସ୍ତାନ, ପାକିସ୍ତାନ, ଭାରତ ସମେତ ଭାରତ ମହାସାଗର ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଆସିପାରେ ବୋଲି ହୁଗ୍‌ବିଟ୍ସ ଭବିଷ୍ୟବାଣୀ କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ଭୂକମ୍ପ ଆଫଗାନିସ୍ତାନରୁ ଆରମ୍ଭ ହୋଇ ଭାରତ ମହାସାଗର ପର୍ୟ୍ୟନ୍ତ ଯିବ ନା ନାହିଁ। ଏମିତି ବି ହୋଇପାରେ ଏହି ଭୂକମ୍ପ ୨୦୦୧ ମସିହାରେ ହୋଇଥିବା ଭୂକମ୍ପ ଭଳି ଭାରତ ଉପରେ ଏହାର ପ୍ରଭାବ ପଡ଼ିପାରେ। ହେଲେ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ଜଣାପଡ଼ିନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ