Masthead

ମୁଁ କିଛି ଭୁଲ କହିନାହିଁ , ଲୋକ ଚାହିଁଲେ ଗୁଗୁଲ କରିପାରିବେ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଗରେ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲାପରେ ବିବାଦ ଥମିବାର ନାଁ ନେଉନାହିଁ । ଏହି ମନ୍ତବ୍ୟକୁ ନେଇ ଲୋକସଭା ରାହୁଲଙ୍କୁ ନୋଟିସ ମଧ୍ୟ ଜାରି କରିଛି। ତେବେ ସେହି ନୋଟିସର ଜବାରରେ ରାହୁଲ କହିଛନ୍ତି କି ସେ ସଂସଦରେ କିଛି ଭୁଲ କହି ନାହାଁନ୍ତି, ସେ ଯାହା କହିଛନ୍ତି ଲୋକମାନେ ଚାହିଁଲେ ଗୁଗୁଲ ମଧ୍ୟ କରିପାରିବେ।

ରାହୁଲ କହିଛନ୍ତି କିଛି ଦିନ ପୂର୍ବରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆଦାନୀଙ୍କ ସମ୍ପର୍କକୁ ନେଇ ଏକ ଭାଷଣ ଦେଇଥିଲି। ମୁଁ ମୋ କଥାକୁ ବହୁତ ଶାନ୍ତ ଏବଂ ଭଦ୍ର ଭାବରେ ରଖିଥିଲି, ମୁଁ ମୋ ମନ୍ତବ୍ୟରେ କୌଣସି ଖରାପ ଭାଷା ବ୍ୟବହାର କରିନଥିଲି । ମୁଁ କେବଳ କିଛି ତଥ୍ୟକୁ ସଂସଦରେ ଉପସ୍ଥାପନ କରିଥିଲି । ରାହୁଲ କହିଛନ୍ତି ମୁଁ ପଚାରିଥିଲି କିପରି ଆଦାନୀ , ପ୍ରଧାନମନ୍ତ୍ରୀଙ୍କ ସହିତ ବିଦେଶୀ ଭ୍ରମଣରେ ଯାଉଥିଲେ ଏବଂ ତା’ପରେ ପରେ ସେହି ଦେଶ ସହ ବଡ ଚୁକ୍ତି କରୁଥିଲେ ।

ଆଦାନୀ ଦ୍ୱାରା ୩୦% ବିମାନବନ୍ଦର କିପରି ନିୟନ୍ତ୍ରିତ ହେଉଛି ବୋଲି ପ୍ରଶ୍ନ କରିଥିଲେ ରାହୁଲା । ରାହୁଲ ଗାନ୍ଧୀ ତାଙ୍କର ସମ୍ପୂର୍ଣ୍ଣ ଭାଷଣ ଏଡିଟ ହୋଇଥିବା ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ଲାଗୁଛି ଯେ ଆଦାନୀ ଏବଂ ଅମ୍ବାନୀଙ୍କ ବିଷୟରେ କହିବା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ