Masthead

ଆଜି ସରିବ ତ୍ରିପୁରା ଇଲେକ୍ସନ ପ୍ରଚାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଫେବୃଆରୀ ୧୬ରେ ତ୍ରିପୁରା ବିଧାନସଭା ନିର୍ବାଚନ। ନିର୍ବାଚନ ପାଇଁ ଆଜି ପ୍ରଚାର କାର୍ୟ୍ୟକ୍ରମ ଶେଷ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ତ୍ରିପୁରାରେ ରାଲି କରିଛନ୍ତି। ଅଗରତାଲାରେ ଏକ ରାଲିରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ବିଜେପି ସରକାର ରାଜ୍ୟକୁ ଅରାଜକତା ମୁକ୍ତ କରିଛି ଏବଂ ରାଜ୍ୟରେ ଶାନ୍ତି ଆଣିଛି। ପୂର୍ବ ବାମ ସାମ୍ମୁଖ୍ୟ ସରକାର ବିରୋଧରେ ବର୍ଷି ମୋଦୀ କହିଛନ୍ତି, ତ୍ରିପୁରାର ଲୋକମାନେ ପୂର୍ବର ଅରାଜକତାପୂର୍ଣ୍ଣ ଦିନ ଗୁଡ଼ିକୁ କେବେ ବି ଭୁଲିବେନି। ଆମେ ତ୍ରିପୁରାକୁ ଶାନ୍ତି ଆଣିଛୁ ଏବଂ ଆଇନ ଶୃଙ୍ଖଳା ବଜାୟ ରଖିଛୁ। ତ୍ରିପୁରାର ଲୋକମାନେ ଲାଲ୍‌ ସଙ୍କେତକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଡବଲ ଇଂଜିନ ସରକାରକୁ ନିର୍ବାଚିତ କରିଛନ୍ତି। ତ୍ରିପୁରାରେ ଡବଲ ଇଂଜିନ ସରକାର ପ୍ରତି ସମର୍ଥନ ଦେଖି ମୋର ଖୁସି ଦ୍ବିଗୁଣା ହୋଇଯାଉଛି। ତ୍ରିପୁରାର ଭୋଟରମାନେ ଦାଦାବଟି ସଂସ୍କୃତିରେ ପୂର୍ଣ୍ଣଛେଦ ପକାଇଛନ୍ତି। ରାଜ୍ୟ ରାଜଧାନୀ ଖୁବ୍‌ ଶୀଘ୍ର ବ୍ୟବସାୟର ପେଣ୍ଠସ୍ଥଳି ହେବ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼