Masthead

ଆସାମ ସରକାରଙ୍କୁ ହାଇକୋର୍ଟଙ୍କ ଭତ୍ସନା

ଆସାମ(ବଡ ଖବର ବ୍ୟୁରୋ): କିଛିଦିନ ଧରି ବାଲ୍ୟ ବିବହାକୁ ନେଇ ଆକ୍ସନରେ ଆସାମ ସରକାର । ସରକାରଙ୍କ ନିର୍ଦ୍ଦେଶ କ୍ରମେ ୩୦୦୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି ଆସାମ ପୋଲିସ । ତେବେ ଗିରଫକୁ ବିରୋଧ କରି ଅଭିଯୁକ୍ତଙ୍କ ସଂପର୍କୀୟମାନେ ଗୁହାଟୀ ହାଇକୋର୍ଟରେ କରିଥିବା ଆବେଦନ । ବୁଧବାର ଏହି ମାମଲାର ଶୁଣାଣି କରିଛନ୍ତି କୋର୍ଟ ।  କୋର୍ଟ କହିଛନ୍ତି ଏଭଳି ଏତେ ଲୋକଙ୍କୁ ଏକାଥରକେ ଗିରଫ କରାଯିବା ଫଳରେ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ବିଧ୍ୱସ୍ତ କରିଦେଇପାରେ । ଏଭଳି ମାମଲାରେ ଅଭିଯୁକ୍ତମାନଙ୍କୁ ପୋଲିସ ହେପାଜତକୁ ନେଇ ପଚରାଉଚରା କରିବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି ।
ସେପଟେ ପକ୍ସୋ ଆଇନ ମୁତାବକ ଅଭିଯୁକ୍ତମାନଙ୍କ ଉପରେ ସରକାର ଯେଭଳି ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି ତାହାକୁ କୋର୍ଟ ଭତ୍ସନା କରିଛନ୍ତି । ଆଗୁଆ ଜାମିନ ଓ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିବା ଏକ ଅଭିଯୁକ୍ତ ଗୋଷ୍ଠୀଙ୍କ ଆବେଦନର ଶୁଣାଣି କରି ବିଚାରପତି ଜଷ୍ଟିସ ସୁମନ ଶ୍ୟାମ ସମସ୍ତ ଆବେଦନକାରୀଙ୍କୁ ତତ୍କାଳ ପ୍ରଭାବରେ ଜାମିନ ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସୂଚନା ଥାଉକି ଗତ କିଛିଦିନ ହେଲା ଆସାମ ସରକାର ବାଲ୍ୟ ବିବହା ଅପରାଧ ଅଭିଯୁକ୍ତମାନଙ୍କ ବିରୋଧରେ ଫେବୃଆରୀ ୧୪ ତାରିଖ ସୁଦ୍ଧା ୪୨୨୫ଟି ମାମଲା ରୁଜୁ କରିଛନ୍ତି । ଏହାସହ ୩୦୩୧ଜଣଙ୍କୁ ଗିରଫ କରାଯାଇଛି ।
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା