Masthead

ଆସାମ ସରକାରଙ୍କୁ ହାଇକୋର୍ଟଙ୍କ ଭତ୍ସନା

ଆସାମ(ବଡ ଖବର ବ୍ୟୁରୋ): କିଛିଦିନ ଧରି ବାଲ୍ୟ ବିବହାକୁ ନେଇ ଆକ୍ସନରେ ଆସାମ ସରକାର । ସରକାରଙ୍କ ନିର୍ଦ୍ଦେଶ କ୍ରମେ ୩୦୦୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି ଆସାମ ପୋଲିସ । ତେବେ ଗିରଫକୁ ବିରୋଧ କରି ଅଭିଯୁକ୍ତଙ୍କ ସଂପର୍କୀୟମାନେ ଗୁହାଟୀ ହାଇକୋର୍ଟରେ କରିଥିବା ଆବେଦନ । ବୁଧବାର ଏହି ମାମଲାର ଶୁଣାଣି କରିଛନ୍ତି କୋର୍ଟ ।  କୋର୍ଟ କହିଛନ୍ତି ଏଭଳି ଏତେ ଲୋକଙ୍କୁ ଏକାଥରକେ ଗିରଫ କରାଯିବା ଫଳରେ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ବିଧ୍ୱସ୍ତ କରିଦେଇପାରେ । ଏଭଳି ମାମଲାରେ ଅଭିଯୁକ୍ତମାନଙ୍କୁ ପୋଲିସ ହେପାଜତକୁ ନେଇ ପଚରାଉଚରା କରିବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି ।
ସେପଟେ ପକ୍ସୋ ଆଇନ ମୁତାବକ ଅଭିଯୁକ୍ତମାନଙ୍କ ଉପରେ ସରକାର ଯେଭଳି ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି ତାହାକୁ କୋର୍ଟ ଭତ୍ସନା କରିଛନ୍ତି । ଆଗୁଆ ଜାମିନ ଓ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିବା ଏକ ଅଭିଯୁକ୍ତ ଗୋଷ୍ଠୀଙ୍କ ଆବେଦନର ଶୁଣାଣି କରି ବିଚାରପତି ଜଷ୍ଟିସ ସୁମନ ଶ୍ୟାମ ସମସ୍ତ ଆବେଦନକାରୀଙ୍କୁ ତତ୍କାଳ ପ୍ରଭାବରେ ଜାମିନ ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସୂଚନା ଥାଉକି ଗତ କିଛିଦିନ ହେଲା ଆସାମ ସରକାର ବାଲ୍ୟ ବିବହା ଅପରାଧ ଅଭିଯୁକ୍ତମାନଙ୍କ ବିରୋଧରେ ଫେବୃଆରୀ ୧୪ ତାରିଖ ସୁଦ୍ଧା ୪୨୨୫ଟି ମାମଲା ରୁଜୁ କରିଛନ୍ତି । ଏହାସହ ୩୦୩୧ଜଣଙ୍କୁ ଗିରଫ କରାଯାଇଛି ।
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ