Masthead

ଆସାମ ବାଲ୍ୟ ବିବାହ ବିରୋଧ ପ୍ରଥାକୁ ହାଇକୋର୍ଟଙ୍କ ନିନ୍ଦା

ଆସାମ (ବଡ଼ ଖବର ବ୍ୟୁରୋ):  ଆସାମରେ ବାଲ୍ୟ ବିବାହ ପ୍ରଥା ବିରୋଧରେ ରାଜ୍ୟ ସରକାର ଅଭିଯାନ ଆରମ୍ଭ କରିଛନ୍ତି । କିନ୍ତୁ ଏହି ଅଭିଯାନକୁ ଗୁଆହାଟୀ ହାଇକୋର୍ଟ ନିନ୍ଦା କରିଛନ୍ତି। ପୋକ୍‌ସୋ ଆକ୍ଟରେ ଗିରଫ ହୋଇଥିବା ୯ ଜଣଙ୍କ ଅଗ୍ରୀମ ଜାମିନ ଆବେଦନ ଶୁଣାଣି ଅବସରରେ ବିଚାରପତି ସୁମନ ଶ୍ୟାମ କହିଛନ୍ତି, ବାଲ୍ୟବିବାହ ବିରୋଧୀ ଅଭିଯାନ ଜରିଆରେ ଗିରଫ କରାଯାଉଥିବା ଲୋକଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ କଷ୍ଟକର।

ସେମାନଙ୍କ ଘରେ ଛୋଟପିଲା, ବୃଦ୍ଧ ଲୋକ ଅଛନ୍ତି। ସେମାନଙ୍କ ଦେଖାରେଖା କରିବାରେ ସମସ୍ୟା ଉପୁଜୁଥିବ। ବାଲ୍ୟ ବିବାହ ଆଦୌ ଗ୍ରହଣୀୟ ନୁହେଁ। କିନ୍ତୁ ଏହା ସମ୍ପର୍କରେ ପ୍ରତ୍ୟେକ ବ୍ୟକ୍ତି ନିଜର ମତ ରଖିପାରିବେ। ଏଥିରେ ସମ୍ପୃକ୍ତ ଲୋକମାନଙ୍କୁ ଗିରଫ କରି ଏକକାଳୀନ ଜେଲରେ ବନ୍ଦ କରିଦେବା ଅନୁଚିତ। ଯଦି କୌଣସି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯିବା ଦରକାର ବୋଲି ବିଚାରପତି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା