Masthead

ହାତୀ ମୃତ୍ୟୁ ଘଟଣା, ୩ ବନକର୍ମଚାରୀ ଗିରଫ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): ୩ ଅଭିଯୁକ୍ତ ବନ କର୍ମଚାରୀଙ୍କୁ ଭୁବନେଶ୍ୱରରୁ ଗିରଫ କଲା ଯଶୀପୁର ପୋଲିସ୍ । ଶିମିଳିପାଳ ଜେନାବିଲ ରେଞ୍ଜରେ ହାତୀ ଶିକାର ପରେ ପ୍ରମାଣ ନଷ୍ଟ ପାଇଁ ବନବିଭାଗ କର୍ମଚାରୀମାନେ ହାତୀର ମୃତ ଦେହକୁ ପୋଡ଼ି ଦେଇଥିଲେ । ପ୍ରତ୍ୟକ୍ଷଦର୍ଶୀ ତୁରାମ ପୂର୍ତ୍ତିଙ୍କ ହତ୍ୟା ଅଭିଯୋଗରେ, ୩ ଅଭିଯୁକ୍ତକୁ ଗିରଫ କରିଛି ଯଶୀପୁର ପୋଲିସ୍। ଗିରଫ ୩ ଅଭିଯୁକ୍ତ ହେଉଛନ୍ତି ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଶିବଶଙ୍କର ସାମଲ, ଗୁରୁଣ୍ଡିଆ ବିଟର ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ ଦାସ୍ ।

ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିବ ପୋଲିସ୍ । ସୁଚନା ଅନୁସାରେ ଗତ ଡିସେମ୍ବର ୭ ,୨୦୨୨ ରେ ଶିକାର ହୋଇଥିବା ମୃତ ହାତୀକୁ ପୋଡିଦେଇଥିଲେ ବନ କର୍ମଚାରୀମାନେ। ପ୍ରତ୍ୟକ୍ଷଦର୍ଶୀ ତୁରାମ୍ ପୂର୍ତ୍ତି ୧୧ ତାରିଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।୧୫ରେ ତାଙ୍କର କଟକ ଏସସିବିରେ ମୃତ୍ୟୁ ହୋଇଥିଲା। ୨୨ରେ ତୁରାମଙ୍କ ସ୍ତ୍ରୀ ହତ୍ୟା ଅଭିଯୋଗ କରି ଯଶୀପୁର ଥାନାରେ ଉକ୍ତ ବନକର୍ମଚାରୀଙ୍କ ନାମରେ ଲିଖିତ ଏତଲା ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି