Masthead

ନକଲି ଔଷଧ କାରବାର ପଛରେ ଅନ୍ତଃରାଜ୍ୟ ଲିଙ୍କ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବଢୁଥିବା ନକଲି ଔଷଧ କାରବାର ପଛରେ ରହିଛି ଅନ୍ତଃରାଜ୍ୟ ଲିଙ୍କ୍ । ଝାରସୁଗୁଡା ଏବଂ ବରଗଡରୁ ଧରାପଡିଥିବା ନକଲି ଔଷଧ ପଛରେ ଏହି ଅନ୍ତଃରାଜ୍ୟ ଲିଙ୍କ୍ ଥିବା ଜଣାପଡିଛି। ଉତ୍ତରପ୍ରଦେଶର ବାରଣାସୀରୁ ଏହି ନକଲି ଔଷଧ କାରବାର ବ୍ୟାପିଛି । ଏବେ ଏହାର ତଦନ୍ତ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଉତ୍ତର ପ୍ରଦେଶ ସରକାରଙ୍କ ସହଯୋଗ ଲୋଡ଼ି ଏକ ଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ତଦନ୍ତରେ ଓଡ଼ିଶାର ସ୍ୱତନ୍ତ୍ର ଟିମକୁ ସହଯୋଗ କରିବାକୁ ଚିଠିରେ ଲୋଡିଛନ୍ତି ସ୍ବାସ୍ଥ୍ୟ ସଚିବ।

ବରଗଡ଼ ଜିଲ୍ଲା ଅଶୋକ ମେଡିକାଲ ହଲ୍‌ ଓ ଝାରସୁଗୁଡ଼ା ଜିଲ୍ଲାର ଅମିତ ମେଡିକାଲ ଏଜେନ୍ସରୁ ନକଲି ଔଷଧ ଜବତ ହୋଇଥିଲା। ଏହି ବେଆଇନ ବା ନକଲି ଔଷଧ କାରବାର ପଛରେ ବାରଣାସୀସ୍ଥିତ ଦେବ ଏଣ୍ଟରପ୍ରାଇଜର୍ସ, ଜେବି ମେଡିକାଲ୍‌ସ ଓ ଗୁରୁକୃପା ମେଡିକାଲ ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି। ଏହାପୂର୍ବରୁ ଭୁବନେଶ୍ବର ଓ କଟକରୁ ନକଲି ଔଷଧ କାରବାର ଧରାପଡିଥିଲା। ନକଲି ଉଚ୍ଚ ରକ୍ତଚାପ ଔଷଧ ମାମଲା‌ରେ ଏକ ସ୍ବତନ୍ତ୍ର ଟିମ୍ ବିହାର ଗସ୍ତ କରି ଘଟଣାର ଛାନଭିନ୍ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି