ନକଲି ଔଷଧ କାରବାର ପଛରେ ଅନ୍ତଃରାଜ୍ୟ ଲିଙ୍କ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବଢୁଥିବା ନକଲି ଔଷଧ କାରବାର ପଛରେ ରହିଛି ଅନ୍ତଃରାଜ୍ୟ ଲିଙ୍କ୍ । ଝାରସୁଗୁଡା ଏବଂ ବରଗଡରୁ ଧରାପଡିଥିବା ନକଲି ଔଷଧ ପଛରେ ଏହି ଅନ୍ତଃରାଜ୍ୟ ଲିଙ୍କ୍ ଥିବା ଜଣାପଡିଛି। ଉତ୍ତରପ୍ରଦେଶର ବାରଣାସୀରୁ ଏହି ନକଲି ଔଷଧ କାରବାର ବ୍ୟାପିଛି । ଏବେ ଏହାର ତଦନ୍ତ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଉତ୍ତର ପ୍ରଦେଶ ସରକାରଙ୍କ ସହଯୋଗ ଲୋଡ଼ି ଏକ ଚିଠି ଲେଖିଛନ୍ତି। ସ୍ବାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ତଦନ୍ତରେ ଓଡ଼ିଶାର ସ୍ୱତନ୍ତ୍ର ଟିମକୁ ସହଯୋଗ କରିବାକୁ ଚିଠିରେ ଲୋଡିଛନ୍ତି ସ୍ବାସ୍ଥ୍ୟ ସଚିବ।

ବରଗଡ଼ ଜିଲ୍ଲା ଅଶୋକ ମେଡିକାଲ ହଲ୍‌ ଓ ଝାରସୁଗୁଡ଼ା ଜିଲ୍ଲାର ଅମିତ ମେଡିକାଲ ଏଜେନ୍ସରୁ ନକଲି ଔଷଧ ଜବତ ହୋଇଥିଲା। ଏହି ବେଆଇନ ବା ନକଲି ଔଷଧ କାରବାର ପଛରେ ବାରଣାସୀସ୍ଥିତ ଦେବ ଏଣ୍ଟରପ୍ରାଇଜର୍ସ, ଜେବି ମେଡିକାଲ୍‌ସ ଓ ଗୁରୁକୃପା ମେଡିକାଲ ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି। ଏହାପୂର୍ବରୁ ଭୁବନେଶ୍ବର ଓ କଟକରୁ ନକଲି ଔଷଧ କାରବାର ଧରାପଡିଥିଲା। ନକଲି ଉଚ୍ଚ ରକ୍ତଚାପ ଔଷଧ ମାମଲା‌ରେ ଏକ ସ୍ବତନ୍ତ୍ର ଟିମ୍ ବିହାର ଗସ୍ତ କରି ଘଟଣାର ଛାନଭିନ୍ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ