Masthead

ବିଜୟଙ୍କ ପାଇଁ ନେତା ଚୁପ

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): କିଛି ମାସ ହେବ ଚର୍ଚ୍ଚାରେ ଅଛନ୍ତି ତିର୍ତ୍ତୋଲର ଯୁବ ବିଧାୟକ ବିଜୟ ଶଙ୍କର ଦାସ । ପ୍ରେମିକା ସୋମାଲିକା ଙ୍କ ସଙ୍ଗିନ ଆରୋପ ଚର୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି। ଯାହାକି କିଛିଦିନ ହେବ ଜଗତସିଂହପୁର ରେ ବିରୋଧୀ ଦଳମାନଙ୍କୁ ଖୋରାକ ଯୋଗାଇଛି। ବିବାହ କରିବାକୁ ପ୍ରତିଶୃତି ଦେଇ ଧୋକା ଦେବା, ଅନେକ ଝିଅ ଙ୍କ ସହ ସମ୍ପର୍କ ରଖିବା, ସେକ୍ସ ରାକେଟ ଚଳାଇବା ଭଳି ସଙ୍ଗିନ ଅଭିଯୋଗ ସୋମାଲିକା ଆଣିବା ସହ ଥାନାରେ ଏତଲା ଦେଇଥିଲେ।

କିନ୍ତୁ ପୋଲିସ ନୀରବ ଦ୍ରଷ୍ଟା ସାଜିଥିଲା।କୋର୍ଟ ର ନିର୍ଦ୍ଦେଶ ପରେ ପୋଲିସ ତଦନ୍ତ କରିବାକୁ ବାଧ୍ୟ ହୋଇ ତଦନ୍ତ ଚାଲୁ ରଖିଥିବା ବେଳେ ବିଧାୟକ ଙ୍କ ସହ ଏକ ଝିଅର ଅନ୍ତରଙ୍ଗ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଯାହାକୁ ଆଧାର କରି ତିର୍ତ୍ତୋଲ କଂଗ୍ରେସ କମିଟି ଶତାଧିକ ମହିଳା ଙ୍କୁ ଧରି ରାଜା ରାସ୍ତାରେ ବିଧାୟକ ଙ୍କ କୁଶପୁତ୍ତଳିକା ଦାହ କରି ବିଧାୟକ ଫଟୋ ପୋଷ୍ଟର କୁ ଜୋତା ମାଡ କରିବା ସହ ବିଧାୟକ ବିରୋଧରେ ନାରାବାଜି କରିଥିଲେ। ତେବେ ଏତେ ସବୁ ତୁମ୍ବି ତୋଫାନ ପରେ ମଧ୍ୟ ବିଜୟ ଶଙ୍କର ଚୁପ୍ ।

ଏହି ପ୍ରସଙ୍ଗରେ କୌଣସି ନେତା ମଧ୍ୟ ମୁହଁ ଖୋଲୁନାହାନ୍ତି । ବିରୋଧୀ ଦଳର ହୋହଲ୍ଲା ପରେ ବିଧାୟକଙ୍କ ପାଇଁ ଯୁବ ବିଜେଡ଼ି ଦଳ ଅଣ୍ଟା ଭିଡିବା ସହ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ ପୋଲିସ ତାର ତଦନ୍ତ ଚାଲୁ ରଖିଛି । ଏ ପର୍ୟ୍ୟନ୍ତ ବିଧାୟକ ଦୋଷୀ ସାବସ୍ତ୍ୟ ହୋଇନାହାନ୍ତି। ଆମର ପୋଲିସ ଏବଂ ଆଇନ ଉପରେ ଭରସା ଅଛି।ଦୋଷୀ ଯିଏ ହେଉନା କାହିଁକି ସେ ନିଶ୍ଚୟ ଦଣ୍ଡ ପାଇବ।ହେଲେ ତା ପୂର୍ବରୁ ସୋସିଆଲମିଡିଆରେ ଅଶାଳୀନ ମନ୍ତବ୍ୟ ସହ ଦାବିପତ୍ର ଦେବା ଆଳରେ ରାଜରାସ୍ତାରେ ବିଧାୟକ ଙ୍କ ବିରୋଧରେ ନାରାବାଜି ସହ କୁଶପୁତ୍ତଳିକା ଦାହ କରିବା ଠିକ ନୁହଁ।ଯଦି ଏହା ବାରମ୍ବାର କରାଯାଏ ତେବେ ଯୁବ ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!