ଗ୍ୟାଙ୍ଗଷ୍ଟରଙ୍କ ଉପରେ ଏନଆଇଏର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆକ୍ସନମୋଡରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ବା ଏନଆଇଏ । ଗ୍ୟାଙ୍ଗଷ୍ଟର ସିଣ୍ଡିକେଟ୍ ମାମଲାକୁ ନେଇ ଆକ୍ସନକୁ ଆସିଛି ଏନଆଇଏ । ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ-ଏନସିଆର, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶ ସମେତ ୭୦ ରୁ ଅଧିକ ସ୍ଥାନରେ ଚଢାଉ କରିଛନ୍ତି । ଉତ୍ତର ଭାରତରେ ସକ୍ରିୟ ଥିବା ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଏନଆଇଏ ଦୁଇଟି ମାମଲା ରୁଜୁ କରିଥିଲା । ବିଶେଷ କରି ଦିଲ୍ଲୀ, ପଞ୍ଜାବ, ହରିୟାଣା। ପଞ୍ଜାବର ୩୦ ରୁ ଅଧିକ ସ୍ଥାନରେ ଏହି ଚଢାଉ କରାଯାଇଛି ।

୬ ଗ୍ୟାଙ୍ଗଷ୍ଟରଙ୍କୁ ପଚରା ଉଚରା ସମୟରେ ଆଉ କେତେଜଣ ଗ୍ୟାଙ୍ଗଷ୍ଟରଙ୍କ ନାମ ସାମ୍ନାକୁ ଆସିଥିଲା । । ଏନଆଇଏ ପଚରାଉଚରା କରିଥିବା ଗ୍ୟାଙ୍ଗଷ୍ଟରଙ୍କ ଘର ଓ ସେମାନଙ୍କ ସହଯୋଗୀଙ୍କ ସହ ଜଡିତ ଅନ୍ୟ ସ୍ଥାନରେ ଚଢାଉ କରାଯାଉଛି । ଏନଆଇଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟରଙ୍କର ବିଦେଶୀ ଲିଙ୍କ ଥିବା ସୂଚନା ମିଳିଛି । ପୂର୍ବରୁ ଗ୍ୟାଙ୍ଗ୍‌ଷ୍ଟାର୍‌ ଲରେନ୍ସ ବିଷ୍ନୋଇ ଏବଂ ନୀରଜ ବବାନା ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଏନ୍‌ଆଇଏ ପଚରାଉଚରା କରି ଯେଉଁ ତଥ୍ୟ ସଂଗ୍ରହ କରିଥିଲା ତାହାରି ଆଧାରରେ ଏହି ଚଢ଼ାଉ ହେଉଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଆଜି ‌ହେଉଥିବା ଏହି ଚଢ଼ାଉରେ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇ ସାରିଲାଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ