Masthead

ଦୀପାଲି କହିଲେ ମୋ ବାପାଙ୍କୁ ନେଇ ରାଜନୀତି ନ କରାଯାଉ, ଉତ୍ତର ରଖିଲା ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବାପାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଆମର ବାପାଙ୍କ ଭଳି ଦାୟିତ୍ୱ ନେଇଛନ୍ତି । ସେଥିପାଇଁ ମୁଁ ଏବଂ ମୋ ପରିବାର ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ସର୍ବଦା କୃତଜ୍ଞ । ନବ ଦାସଙ୍କ ହତ୍ୟାକୁ ନେଇ ମୁହଁ ଖୋଲିଲେ ଝିଅ ଦୀପାଳି ଦାସ । ବାପା ଙ୍କ ମୃତ୍ୟୁ କୁ ନେଇ ରାଜନୀତି କରନ୍ତୁ ନାହିଁ । ଏହି ଘଟଣା ପରେ ତାଙ୍କ ପରିବାର ମର୍ମାହତ ଅଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଓ ଭରସା ଅଛି, ଆମକୁ ନ୍ୟାୟ ନିଶ୍ଚିତ ମିଳିବ । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ରହିଛି । ଏପରିକି ଭଲ ଜଜଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି । ତଦନ୍ତ ଚାଲିଥିବାରୁ ଅଧିକ କିଛି କହିବାକୁ ମନା ଦୀପାଳି ମନା କରିଦେଇଛନ୍ତି ।

ସେପଟେ ଦୀପାଲିଙ୍କ ପ୍ରେସମିଟକୁ ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ନବ ଦାସ ହତ୍ୟାକାଣ୍ଡ ଦଳୀୟ କଥା ନୁହେଁ କି ପାରିବାରିକ ବ୍ୟାପାର ନୁହେଁ । ହତ୍ୟାର ରହସ୍ୟ ଜାଣିବାର ଅଧିକାର ଓଡିଶାବାସୀଙ୍କ ରହିଛ । ଏହା ନବ ଦାସଙ୍କ ପାରିବାରିକ ଘଟଣା ନୁହେଁ କି ବିଜେଡିର ମଧ୍ୟ ମ୍ୟାଟର ନୁହେଁ । ସେ ତାଙ୍କର ପିତା ନଥିଲେ ଓଡିଶାର ଜଣେ ମନ୍ତ୍ରୀ ଥିଲେ । ରାଜ୍ୟ ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ଦଳୀୟ କଥା ନୁହେଁ କି ପାରିବାରିକ ବ୍ୟାପାର ନୁହେଁ । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି । କୋଟି କୋଟି ଓଡ଼ିଶାବାସୀ ଜାଣିବା ପାଇଁ ଚାହିଁବେ ହତ୍ୟାର ରହସ୍ୟ କଣ ? ତାଙ୍କର ରାଜନୈତିକ ନା ବ୍ୟବସାୟିକ ସ୍ୱାର୍ଥ ପାଇଁ କଣ ପାଇଁ ହତ୍ୟା କରାଯାଇଛି । ଏହା ଜାଣିବାର ଅଧିକାର ଓଡିଶାବାସୀଙ୍କ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି