Masthead

ବିଜେଡିକୁ ବିଜେପିର ପାଲଟା ଆକ୍ରମଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) : ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ବିଜେଡି ପାଗଳ କହିଥିବାରୁ କଡ଼ା ଜବାବ ଦେଇଛି ବିଜେପି । ଏକ ପ୍ରେସ ରିଳିଜ୍ କରି ବିଜେପି କହିଛି, ବିଜେଡି ଶାଳିନତା ଅତିକ୍ରମ କରିସାରିଛି । ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ଅନ୍ୟ ମୋଡ ଦେବାକୁ ବିଜେଡି ଅପଚେଷ୍ଟା କରୁଛି । ତଦନ୍ତ ନହେଉଣୁ ବିଜେଡି ନେତାମାନେ ସନ୍ଦେହ ଘେରରେ ଥିବା ଅଭିଯୁକ୍ତମାନଙ୍କୁ କ୍ଲିନ ଚିଟ୍ ଦେବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ବିଜେପି ପ୍ରଶ୍ନ କରିଛି ।

ନିମ୍ନସ୍ତରକୁ ଯାଇ ବିଜେଡି ନେତାମାନେ ବିରୋଧୀ ଦଳ ନେତାଙ୍କୁ ପାଗଳ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସାଂସଦ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ନିଜ ଅତୀତକୁ ଭୁଲନ୍ତୁ ନାହିଁ ବୋଲି ବିଜେପି କହିଛି । ସାଂସଦ ଅମର ପଟ୍ଟନାୟକ କେଉଁ କାରଣରୁ ନବୀନ ପଟ୍ଟନାୟକଙ୍କ ଶରଣାପନ୍ନ ହୋଇଥିଲେ । ଅତୀତରେ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିକୁ ବେଇମାନ କହି ଅପମାନିତ କରିଥିବା ସସ୍ମିତ ପାତ୍ର ଅନ୍ୟକୁ ନୀତି ଓ ନୈତିକତାର ପାଠ ପଢାଇବା ଆଦୌ ଶୋଭାପାଉ ନାହିଁ ବୋଲି କହିଛନ୍ତି ବିଜେପି ପ୍ରବକ୍ତା ଡ ମୁକେଶ ମହାଲିଙ୍ଗମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ