Masthead

ଶହେ ମୋଦି କିମ୍ବା ଶହେ ଶାହା ଆସିଲେ ବି ଆମକୁ ଅଟକାଇପାରିବେନି : ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷି ଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । କହିଲେ ୨୦୨୪ ଲୋକସଭା ନର୍ବିାଚନରେ ବିଜେପିକୁ ଗାଦିଚ୍ୟୁତ କରିବ । ବୁଧବାର ନାଗାଲାଣ୍ଡରେ ନିର୍ବାଚନ ପ୍ରଚାର କରି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସ ବିରୋଧୀ ମେଣ୍ଟର ନେତୃତ୍ବ ନେବ । ଏହି ମେଣ୍ଟ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବ। ସେ ଆହୁରି ମଧ୍ୟ କହିଛନ୍ତି ମୋଦି ଅନେକ ଥର କହିଛନ୍ତି, ମୁଁ ହେଉଛି ଏକମାତ୍ର ବ୍ୟକ୍ତି ଯିଏ କି ଦେଶକୁ ସାମ୍ନା କରିପାରିବ।

ଅନ୍ୟ କୌଣସି ବ୍ୟକ୍ତି ମତେ ଛୁଇଁ ପାରିବେନି। କୌଣସି ଗଣତାନ୍ତ୍ରିକ ବ୍ୟକ୍ତି ଏହା କହିପାରିବେନି। ଆପଣ ମନେ ରଖିବା ଉଚିତ ଯେ ଆପଣ ଏକଛତ୍ରବାଦୀ ନୁହନ୍ତି। ଆପଣ ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଛନ୍ତି ଏବଂ ଲୋକମାନେ ଆପଣଙ୍କୁ ଉଚିତ ଶିକ୍ଷା ଦେବେ। ଖଡ଼ଗେ ନାଗାଲାଣ୍ଡରେ ନିର୍ବାଚନ ରାଲରେ ଏହା କହିଛନ୍ତି। ଖଡ଼ଗେ କହିଛନ୍ତି, ୨୦୨୪ରେ କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ସରକାର ଗଠନ ସୁନିଶ୍ଚିତ। ଶହେ ମୋଦି କିମ୍ବା ଶହେ ଶାହା ଆସିଲେ ବି ଆମକୁ ଅଟକାଇପାରିବେନି । ବିରୋଧୀ ଦଳମାନଙ୍କର ମିଳିତ ଲଢ଼େଇରେ ବିଜେପିର ନିସ୍ତାର ନାହିଁ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ