Masthead

ଶରଣାର୍ଥୀ ଶିବିରରେ ଗ୍ୟାଙ୍ଗୱାର୍, ହଜାର ହଜାର ଲୋକଙ୍କ ପଳାୟନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦକ୍ଷିଣ ବାଙ୍ଗାଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଏକ ବଡ ଧରଣର ଗୋଷ୍ଠୀ ସଂଘର୍ଷ ହୋଇଛି । ଫଳରେ ହଜାର ହଜାର ଲୋକ ସ୍ଥାନ ଛାଡି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି । ଏହି ଗୋଷ୍ଠୀ ସଂଘର୍ଷରେ ଅତିକମରେ ୮ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଓ ମାନବବାଦୀ କର୍ମୀମାନେ ଏନେଇ ସୂଚନା ଦେଇଛନ୍ତି ।

ଗୁଳି ବିନିମୟ, ଅଗ୍ନିକାଣ୍ଡ ଓ ଅପହରଣ ମାମଲାରେ ୧୨ଜଣଙ୍କୁ ଗିରଫ କରାଯାଇଛି । ଦୁଇ ଦଳ ଭିତରେ ଶୀର୍ଷ ସ୍ଥାନକୁ ନେଇ ଝଗଡା ଓ ଶେଷରେ ବିରାଟ ଗୋଷ୍ଠୀ ସଂଘର୍ଷ । ମାନବ ଚାଲାଣ, ଡ୍ରଗ୍ସ ଚୋରା କାରବାରରେ ଏହି ଦୁଇଗୋଷ୍ଠୀ ସମ୍ପୃକ୍ତି ଥିବା ଜଣାପଡିଛି । ଜଣେ ଶରଣାର୍ଥୀ କହିଛନ୍ତି, ଏହି ଗୁଳି ବିନିମୟରେ ଦୁଇ କୁଖ୍ୟାତ ସ୍ଥାନୀୟ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଡ୍ରଗ୍ସ ଚୋରା କାରବାରରେ ଜଡିତ ଅଛନ୍ତି । ଗୋଟିଏ ଗୋଷ୍ଠୀର ନାମ ‘ମୁନ୍ନା’ ଓ ଅନ୍ୟଟି ହେଉଛି ଆରାକାନ୍ ରୋହିଙ୍ଗ୍ୟା ସାଲଭେସନ ଆର୍ମି’ । ଏହି ଦୁଇଗୋଷ୍ଠୀର ସ୍ୱତନ୍ତ୍ର ସୈନ୍ୟବାହିନୀ ଅଛନ୍ତି । ଏହି ସୈନ୍ୟବାହିନୀ ଶରଣାର୍ଥୀମାନଙ୍କୁ ଅପହରଣ ଓ ଆକ୍ରମଣ କରୁଥିବା ଅଭିଯୋଗ ହୋଇଆସୁଛି ।

ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଯେଉଁଠି ୧ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି । ମାନବିଧିକାର କର୍ମୀଙ୍କ କହିବାନୁଯାୟୀ ଏଭଳି ଘଟଣାରେ ୨୦୧୮ରୁ ଆଜି ପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼