Masthead

ଜାତିସଂଘରେ ଋଷ ବିରୋଧରେ ପ୍ରସ୍ତାବ, ଭୋଟ ଦେବାରୁ ନିବୃତ ରହିଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାତିସଂଘରେ ପାରିତ ହେଲା ଋଷ ବିରୋଧରେ ପ୍ରସ୍ତାବ । ୟୁକ୍ରେନରୁ ଋଷ ସେନା ପ୍ରତ୍ୟାହାର କରିବା ନେଇ ପାଶ୍ଚାତ୍ୟ ଦେଶଗୁଡିକ ଦେଇଥିବା ପ୍ରସ୍ତାବ ଜାତିସଂଘରେ ପାରିତ ହୋଇଛି । କିନ୍ତୁ ଏହି ପ୍ରସ୍ତାବରେ ଭାରତ ଭୋଟ ଦେବାରୁ ନିବୃତ ରହିଛି । ମୋଟ ୧୪୧ ଜଣ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ ୭ଟି ଦେଶ ଏହାକୁ ବିରୋଧ କରିଥିଲେ । ଭାରତ, ଚୀନ ସମେତ ୩୨ ଦେଶ ଭୋଟ ଦେବାକୁ ନିବୃତ ରହିଥିଲେ ।

ଋଷର ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ସୋଇଗୁ ପାଶ୍ଚାତ୍ୟ ଦେଶଗୁଡିକୁ ଅଭିଯୁକ୍ତ ସଜାଇଛନ୍ତି । ୟୁକ୍ରେନକୁ ଢାଲ କରି ପାଶ୍ଚାତ୍ୟ ଦେଶଗୁଡିକୁ ଋଷିଆକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଆକାର ଦୃଷ୍ଟିରୁ ଋଷ ହେଉଛି ବିଶ୍ୱର ସବୁଠୁ ବଡ ଦେଶ । ପାଶ୍ଚାତ୍ୟଦେଶମାନଙ୍କୁ ଏଭଳି ଚେଷ୍ଟା କେବେ ସଫଳ ହେବନି ବୋଲି କହିଛନ୍ତି ସେରଗେଇ । ୟୁକ୍ରେନର ନିବେଦନ ସତ୍ୱେ ଭାରତ ଏହି ପ୍ରସ୍ତାବରୁ ନିଜକୁ ଦୁରେଇ ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ