ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିବିଆଇରେ ହାଜର ହେବେ ମନୀଷ ସିସୋଦିଆ । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆ ମଦ ଦୁର୍ନୀତି ମାମଲାରେ ଆଜି ସିବିଆଇରେ ହାଜର ହେବେ । ତେବେ ଏଥିପାଇଁ ସିବିଆଇ ମୁଖ୍ୟାଳୟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମନୀଷ ସିସୋଡିଆଙ୍କ ଗିରଫଦାରୀକୁ ନେଇ ସିଏମ୍ ଅରବିନ୍ଦ କେଜ୍ରିୱାଲ ଆଶଙ୍କା ପ୍ରକାଶ କରିଥିଲେ । ଆପ ନେତା ଅରବିନ୍ଦ କେଜ୍ରିୱାଲ ୨୪ ଫେବୃଆରୀରେ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ ସିବିଆଇ ରବିବାର ମନୀଷ ସିସୋଡିଆଙ୍କୁ ଗିରଫ କରିବ । କେଜ୍ରିୱାଲ କହିଛନ୍ତି, ସିବିଆଇ ରବିବାର ମନୀଷ ସିସୋଡିଆଙ୍କୁ ଡାକିଛି। ଆମର ସୂତ୍ରରୁ ପ୍ରକାଶ ଯେ ସେମାନେ ରବିବାର ମନୀଷ ସିସୋଡିଆଙ୍କୁ ଗିରଫ କରିବେ । ସୂଚନା ଅନୁସାରେ ଗତ ରବିବାର ମଧ୍ୟ ପଚରାଉଚରା ପାଇଁ ସିବିଆଇ ମନୀଷ ସିସୋଡିଆଙ୍କୁ ଡାକିଥିଲା, କିନ୍ତୁ ବଜେଟ୍ ଥିବାରୁ ସେ ଉପସ୍ଥିତ ହେଇପାରିବେ ନାହିଁ ବୋଲି ସୂଚନା ଦେଇଥିଲେ । ଯାହା ପରେ ଏଜେନ୍ସି ତାଙ୍କୁ ଫେବୃଆରୀ ୨୬ ରେ ହାଜର ହେବାକୁ କହିଥିଲେ।