ସର୍ବଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ କନ୍ଧମାଳ ଝିଅ ମେଲିସା

ରାଇକିଆ (ବଡ଼ ଖବର ବ୍ୟୁରୋ): ପୁଣିଥରେ ଜାତୀୟ ସ୍ତରରେ ଚମକିବେ ଓଡ଼ିଆ ଝିଅ । ସର୍ବଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁନ୍ଧାଣୀ ଗ୍ରାମର ମେଲିସା ନାୟକ । ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ବିଏସସି ତୃତୀୟ ବର୍ଷର ଛାତ୍ରୀ । ଗତ ଅକ୍ଟୋବରରେ ଅନଲାଇନରେ ମିସ୍ ଟିନ୍ ଡିଭା-୨୦୨୦ରେ ପରୀକ୍ଷା ଦେଇଥିଲେ ମେଲିସା । ଆଜି ଏହାର ଫଳାଫଳ ଆସିଛି । ତିନି ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ ୨୫ଜଣଙ୍କୁ ଚୟନ କରାଯାଇଛି । ସେମାନଙ୍କ ମଧ୍ୟରେ ଓଡ଼ିଶାର ୨ଜଣ ଅଛନ୍ତି । ଜଣେ ଭୁବନେଶ୍ୱରର ହୋଇଥିବାବେଳେ ଅନ୍ୟଜଣେ ମେଲିସା । ଆଜି ମେଲିସାଙ୍କୁ ଇ-ମେଲ ଆସିଥିଲା ।

ତେବେ ଏତେ ବଡ଼ ପ୍ରତିଯୋଗିତା ଲାଗି ମନୋନୀତ ହୋଇଥିବା ମେଲିସାଙ୍କ ଲାଗି ଅର୍ଥ ସାଜିଛି ବାଧକ । ଜିଲ୍ଲା ପ୍ରଶାସନ କିମ୍ବା ସରକାରୀ ସହାୟତା ମିଳିଲେ ମନୋବଳ ବଢ଼ିବା ସହିତ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ମେଲିସା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’