Masthead

ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ଟାଣିବା ପାଇଁ ବିରୋଧୀ କରୁଛନ୍ତି ଯୋଜନା: ଭାଗୀରଥି ସେଠୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ବିଧାୟକ ଭାଗୀରଥି ସେଠୀଙ୍କ ପ୍ରତିକ୍ରିୟା । ବିରୋଧୀ ଦଳ ନେତା ଖାଲି ଭାଷଣ ଦେଉଛନ୍ତି। ରାଜ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଭଲ କାମ କରି ଥିବାରୁ ମୁମ୍ବାଇରୁ ସ୍ପୋର୍ଟ ଆୱାର୍ଡ ଆଣିବାକୁ ଯାଇଛନ୍ତି। ବିଜେପିର କେହି ପୁରସ୍କାର ଆଣି ପାରିବେନି। ତେଣୁ ସେମାନେ ଏହାକୁ ସହି ପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ଟାଣିବା ପାଇଁ ସେମାନେ ଯୋଜନା କରୁଛନ୍ତି। ରାଉରକେଲାରେ ୧୫ ମାସ ମଧ୍ୟରେ ବିଶ୍ୱ ସ୍ତରୀୟ ହକି ଷ୍ଟାଡିୟମ ତିଆରି କରିଛନ୍ତି। ଏହା କଣ ରାଜ୍ୟ ପାଇଁ ଗର୍ବର କଥା ନୁହେଁ କି ?

ବିରୋଧୀଙ୍କ ଅଭିଯୋଗ ମାନସ ପୁତ୍ରର ଛବି ବଞ୍ଚାଇବା କଥା ମିଛ। ସେଥିପାଇଁ ସେ ଯାଇ ନାହାନ୍ତି। ନବ ଦାସଙ୍କ ହତ୍ୟାକାଣ୍ଡକୁ ମାସେ ପୁରିଲାଣି। ଏଥିରେ ସବୁ ଦିଗରୁ ତଦନ୍ତ ଚାଲିଛି। କ୍ରାଇବ୍ରାଞ୍ଚ ଏହାର ତଦନ୍ତ କରୁଛି । ତଦନ୍ତ ସମୟ ସାପେକ୍ଷ । ତେଣୁ ବିରୋଧୀଙ୍କୁ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ। ବିରୋଧୀଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କେବେ ବିଗିଡି ନାହିଁ । ନିର୍ବାଚନ ଆସିଲେ ବିଜେପି କେତେ ଆନ୍ଦୋଳନ କରିବେ। ସେଥିରେ କିଛି କହିବାର ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା