Masthead

ହୁଇସିଲ୍ ମାରି ବିଜେପିକୁ ଅଟକାଇଲା ପୋଲିସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମାଡ଼ି ଆସୁଥିଲେ ବିଜେପି ଯୁବ ମୋର୍ଚ୍ଚାର ହଜାର ହଜାର କର୍ମୀ। ସେମାନଙ୍କୁ ଅଟକାଇବାକୁ ବିଧାନସଭା ଆଗରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଥିଲା କମିଶନରେଟ ପୋଲିସ। କେତେବେଳେ ସାମ୍ନାରେ ରହୁଥିଲେ ସ୍ୱିଫ୍ଟ ଆକ୍ସନ ଫୋର୍ସର ଯବାନ ତ କେତେବେଳେ ମହିଳା ପୋଲିସ। ଏ ସବୁ ଷ୍ଟ୍ରାଟେଜି ସମସ୍ତଙ୍କ ସାମ୍ନାରେ ଥିଲା। କିନ୍ତୁ ଗୋଟିଏ ଷ୍ଟ୍ରାଟେଜିକୁ ପୋଲିସ ଲୁଚାଇ ରଖିଥିଲା। ଯେତେବେଳେ ବିଜେପିର କର୍ମୀମାନେ ମାଡ଼ି ଆସୁଥିଲେ ପୋଲିସ ବ୍ୟାରିକେଡ଼ ନିକଟରେ ପହଞ୍ଚିଲେ ହଠାତ୍ ସବୁ ପୋଲିସ କର୍ମୀମାନେ ନିଜ ପକେଟରୁ ହୁଇସିଲ୍ ବାହାର କରି ଫୁଙ୍କିବାକୁ ଲାଗିଲେ। ଏତେ ଜୋରରେ ହୁଇସିଲ୍ ଶବ୍ଦ ହେଲା ଯେ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନଙ୍କର ନାରାବାଜି ବି ଶୁଭିଲା ନାହିଁ।

ଏପରିକି ଗଣମାଧ୍ୟମ ପ୍ରତିନିଧିମାନେ ବି ବିଜେପି ଯୁବ ମୋର୍ଚ୍ଚା କର୍ମୀମାନଙ୍କ ପ୍ରତିକ୍ରିୟାକୁ ନେଇ ପରିଲେ ନାହିଁ। ପୋଲିସର ହୁଇସିଲ୍ ଶବ୍ଦ ଶୁଣି ବିଜେପି କର୍ମୀ ନିଜ ଭିତରେ କଥା ବି ହୋଇପାରିଲେ ନାହିଁ। ଦେଖନ୍ତୁ ପ୍ରତି ପୋଲିସଙ୍କ ମୁହଁରେ ହୁଇସିଲ୍। ଆଉ ଏହି ହୁଇସିଲର ଶବ୍ଦରେ ପୂରା ଲୋୟର ପିଏମଜି ଉଠିଲା ପଡ଼ିଲା। ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ପୋଲିସ କର୍ମୀମାନେ ଏଭଳି ହୁଇସିଲ୍ ବଜାଇଥିଲେ। ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ କିଛି ବି ବୁଝିପାରିନଥିଲେ। କାରଣ ଏହି ଷ୍ଟ୍ରାଟେଜି ଥିଲା ପୋଲିସର ସମ୍ପୂର୍ଣ୍ଣ ହିଡେନ ଷ୍ଟ୍ରାଟେଜି। ଯାହା ସମ୍ପର୍କରେ ଟେର ପାଇ ପାରିନଥିଲେ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ