Masthead

ହୁଇସିଲ୍ ମାରି ବିଜେପିକୁ ଅଟକାଇଲା ପୋଲିସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମାଡ଼ି ଆସୁଥିଲେ ବିଜେପି ଯୁବ ମୋର୍ଚ୍ଚାର ହଜାର ହଜାର କର୍ମୀ। ସେମାନଙ୍କୁ ଅଟକାଇବାକୁ ବିଧାନସଭା ଆଗରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଥିଲା କମିଶନରେଟ ପୋଲିସ। କେତେବେଳେ ସାମ୍ନାରେ ରହୁଥିଲେ ସ୍ୱିଫ୍ଟ ଆକ୍ସନ ଫୋର୍ସର ଯବାନ ତ କେତେବେଳେ ମହିଳା ପୋଲିସ। ଏ ସବୁ ଷ୍ଟ୍ରାଟେଜି ସମସ୍ତଙ୍କ ସାମ୍ନାରେ ଥିଲା। କିନ୍ତୁ ଗୋଟିଏ ଷ୍ଟ୍ରାଟେଜିକୁ ପୋଲିସ ଲୁଚାଇ ରଖିଥିଲା। ଯେତେବେଳେ ବିଜେପିର କର୍ମୀମାନେ ମାଡ଼ି ଆସୁଥିଲେ ପୋଲିସ ବ୍ୟାରିକେଡ଼ ନିକଟରେ ପହଞ୍ଚିଲେ ହଠାତ୍ ସବୁ ପୋଲିସ କର୍ମୀମାନେ ନିଜ ପକେଟରୁ ହୁଇସିଲ୍ ବାହାର କରି ଫୁଙ୍କିବାକୁ ଲାଗିଲେ। ଏତେ ଜୋରରେ ହୁଇସିଲ୍ ଶବ୍ଦ ହେଲା ଯେ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନଙ୍କର ନାରାବାଜି ବି ଶୁଭିଲା ନାହିଁ।

ଏପରିକି ଗଣମାଧ୍ୟମ ପ୍ରତିନିଧିମାନେ ବି ବିଜେପି ଯୁବ ମୋର୍ଚ୍ଚା କର୍ମୀମାନଙ୍କ ପ୍ରତିକ୍ରିୟାକୁ ନେଇ ପରିଲେ ନାହିଁ। ପୋଲିସର ହୁଇସିଲ୍ ଶବ୍ଦ ଶୁଣି ବିଜେପି କର୍ମୀ ନିଜ ଭିତରେ କଥା ବି ହୋଇପାରିଲେ ନାହିଁ। ଦେଖନ୍ତୁ ପ୍ରତି ପୋଲିସଙ୍କ ମୁହଁରେ ହୁଇସିଲ୍। ଆଉ ଏହି ହୁଇସିଲର ଶବ୍ଦରେ ପୂରା ଲୋୟର ପିଏମଜି ଉଠିଲା ପଡ଼ିଲା। ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ପୋଲିସ କର୍ମୀମାନେ ଏଭଳି ହୁଇସିଲ୍ ବଜାଇଥିଲେ। ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ କିଛି ବି ବୁଝିପାରିନଥିଲେ। କାରଣ ଏହି ଷ୍ଟ୍ରାଟେଜି ଥିଲା ପୋଲିସର ସମ୍ପୂର୍ଣ୍ଣ ହିଡେନ ଷ୍ଟ୍ରାଟେଜି। ଯାହା ସମ୍ପର୍କରେ ଟେର ପାଇ ପାରିନଥିଲେ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ ! 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ଉପ ମୁଖ୍ୟମନ୍ତ୍ରୀଙ୍କ ୨ଟି ଭୋଟର କାର୍ଡକୁ ନେଇ ରାଜନୀତି ସରଗରମ 🔴 ପୁଣି କରଞ୍ଜିଆରେ ହାତୀ ଭୟ 🔴 ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର 🔴 ରାକ୍ଷୀ ପୂର୍ଣ୍ଣିମାରେ ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ପ୍ରୟାସ 🔴 ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ 🔴 ୧୩ ରେ ଲଘୁଚାପ ! 🔴 ପୁଣି ଆସୁଛି ଲଘୁଚାପ !