Masthead

ଆଜି ସାରଜାହରେ ହେବ ଛକା ବର୍ଷା

ଦୁବାଇ, ( ବଡ଼ ଖବର ବ୍ୟୁରୋ ) : ଆଇପିଏଲର ତ୍ରୟୋଦଶ ସିଜନର ୨୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଦିଲ୍ଲୀ କ୍ୟାପିଟାଲ (ଡିସି) ଶୁକ୍ରବାର ସାରଜାହଠାରେ ମୁହାଁମୁହିଁ ହେବେ। ହ୍ୟାଟ୍ରିକ୍ ପରାଜୟ ପରେ ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଉପରେ ଚାପ ରହିଛି। ପୂର୍ବରୁ ରାଜସ୍ଥାନ ସାରଜାହ ଖେଲିଥିବା ଦୁଇଟି ମ୍ୟାଚରୁ ଦୁଇଟି ମ୍ୟାଚ ଜିତିଥିବାରୁ ଆଜିର ମ୍ୟାଚକୁ ଜିତି ବିଜୟ ଧାରାକୁ ଫେରିବ ବୋଲି ଆଶା କରାଯାଉଛି । ସାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ସମସ୍ତ ମ୍ୟାଚରେ ଅଧିକ ରନ ସହ ଛକା ବର୍ଷା ହେଉଛି । ଆଜିର ମ୍ୟାଚରେ ଉଭୟ ଦଳରେ ବହୁ ତାରକା ବ୍ୟଟ୍ସ ମ୍ୟାନ ଥିବାରୁ ଆଜି ମଧ୍ୟ ଛକା ବର୍ଷା ହେବା ବୋଲି ଆଶା କରାଯାଉଛି । ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭.୩୦ରୁ ସାରଜାହ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଆଇପିଏଲ୍ ଇତିହାସରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଏପର୍ୟ୍ୟନ୍ତ ୨୦ଟି ମ୍ୟାଚ୍ ହୋଇଛି । ରାଜସ୍ଥାନ ୧୧ଟି ଜିତିଥିବାବେଳେ ଦିଲ୍ଲୀ ୯ ଟି ଜିତିଛି । ଦିଲ୍ଲୀ ୫ଟି ମ୍ୟାଚ ରୁ ୪ଟି ବିଜୟ ସହ ପଏଣ୍ଟେ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ରାଜସ୍ଥାନ ୫ଟି ମ୍ୟାଚ ରୁ ଦୁଇଟି ବିଜୟ ସହ ପଏଣ୍ଟେ ଟେବୁଲରେ ସପ୍ତମ ସ୍ଥାନରେ ରହିଛି । ଆଜି ଉଭୟ ଦଳ ଏହି ମ୍ୟାଚକୁ ଜିତି ପଏଣ୍ଟେ ଟେବୁଲର ଉପରକୁ ଯିବା ପାଇଁ ଚେଷ୍ଟା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼