Masthead

କିଏ ଗଢ଼ିବ ୩ରାଜ୍ୟରେ ସରକାର?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଆସିବ ଉତ୍ତର ପୂର୍ବାଞ୍ଚଳ ୩ ରାଜ୍ୟର ଫଳାଫଳ । ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗଣତି ଆରମ୍ଭ ହୋଇଛି । ଏଥିସହ ୪ଟି ରାଜ୍ୟର ୫ଟି ବିଧାନସଭା ଆସନର ଉପନିର୍ବାଚନ ପାଇଁ ମଧ୍ୟ ଗଣତି ଚାଲିଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏକଜିଟ୍ ପୋଲରେ ତ୍ରିପୁରାରେ ବିଜେପିକୁ ବହୁମତ ମିଳିବ ବୋଲି ଆକଳନ କରାଯାଇଛି। ନାଗାଲାଣ୍ଡରେ ବିଜେପି ଓ ଏନଡିପିପି ମେଣ୍ଟ କ୍ଷମତାକୁ ଆସିବେ ।

ଅନ୍ୟପକ୍ଷରେ ମେଘାଳୟରେ ଝୁଲା ବିଧାନସଭା ହୋଇପାରେ ବୋଲି ଆକଳନ କରାଯାଇଛି । ନାଗାଲାଣ୍ଡ ଓ ମେଘାଳୟର ୫୯ଟି ଲେଖାଏଁ ଏବଂ ତ୍ରିପୁରାର ୬୦ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଛି । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ରୁ ଗଣତି ଆରମ୍ଭ ହୋଇଛି ଏବଂ ଏହାପରେ ଇଭିଏମ୍‌ର ଗଣତି ପ୍ରକ୍ରିୟା ଚାଲିବ। ଫେବ୍ରୁଆରି ୧୬ ତାରିଖରେ ତ୍ରିପୁରାରେ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ମେଘାଳୟ ଓ ନାଗାଲାଣ୍ଡରେ ଫେବ୍ରୁଆରି ୨୭ରେ ଭୋଟ୍‌ ଗ୍ରହଣ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ