Masthead

ନିରାକାରଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

କୋକସରା (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଗୋତମୁଣ୍ଡା ଗାଁର ୩୫ ବର୍ଷୀୟ ନିରାକାର ପ୍ରଧାନୀ । ମୁଖଗହ୍ୱର କର୍କଟରେ ଆକ୍ରାନ୍ତ ହୋଇ ଗଭୀର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସେ । ପାଖରେ ଅର୍ଥ ନ ଥିବାରୁ ହୋଇପାରୁନି ଚିକିତ୍ସା । ଦୀର୍ଘ ୭ମାସ ହେବ ଶଯ୍ୟାଶାୟୀ ହୋଇଛନ୍ତି ନିରାକାର । ପ୍ରାଇଭେଟ୍ କମ୍ପାନୀରେ କାମ କରି ଯାହା ରୋଜଗାର କରିଥିଲେ ଡାକ୍ତର ଦେଖାରେ ସବୁ ଗଲାଣି । ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ । ନିରାକାରଙ୍କ ପତ୍ନୀ ଲକ୍ଷ୍ମୀଙ୍କ ଉପରେ ଏବେ ପରିବାରର ବୋଝ ।

ଦୁଇପୁଅଙ୍କୁ ମଣିଷ କରିବା ଲାଗି ସୁନେଲି ସ୍ୱପ୍ନ ଦେଖିଥିବା ଲକ୍ଷ୍ମୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । ପିଲାଙ୍କ ପାଠପଢ଼ା ସହ ସ୍ୱାମୀଙ୍କ ଚିକିତ୍ସା କରାଇବା ଲକ୍ଷ୍ମୀଙ୍କ କ୍ଷେତ୍ରରେ ଅସମ୍ଭବ ହୋଇପଡ଼ିଛି । ଗରିବ ଓ ରୋଗଗ୍ରସ୍ତ ଲୋକଙ୍କ ଲାଗି ସରକାର ବିଭିନ୍ନ ଯୋଜନା ଘୋଷଣା କରିଥିଲେ ସୁଦ୍ଧା ଏଥିରୁ ବଞ୍ଚିତ ହୋଇଛନ୍ତି ନିରାକାର । ଗରିବ ହୋଇଥିଲେ ସୁଦ୍ଧା ରାସନକାର୍ଡ ଖଣ୍ଡେ ମିଳିନାହିଁ । ସେପଟେ ଆବାସ ଯୋଜନା ତାଙ୍କ ଲାଗି ସାତସପନ ପାଲଟି ଯାଇଛି । ତେବେ ନିରାକାରଙ୍କୁ ସରକାରୀ ସହାୟତା ମିଳିଲେ ସେ ଭଲ ହୋଇଯାଆନ୍ତେ ବୋଲି କୋହଭରା କଣ୍ଠରେ କହିଛନ୍ତି ଲକ୍ଷ୍ମୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ