Masthead

ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗ୍ୟାସ ଦର ବୃଦ୍ଧି ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି । ବିଜେପି ଚୁପ କାହିଁକି ବୋଲି ପ୍ରଶ୍ନ କଲା ବିଜେଡ଼ି । ସାମ୍ବାଦିକ ସମ୍ମିଳନୀ କରି ଦଳର ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି । କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡର ଦର ୫୦ ଟଙ୍କା ବଢ଼େଇଛନ୍ତି । କେନ୍ଦ୍ର ସରକାର ଯାହା ଚାହୁଁଛନ୍ତି ଆଉ ଯାହାର ମେରିଟ ଅଛି ଆମେ ସମର୍ଥନ ଦେଇ ଆସିଛୁ । କିନ୍ତୁ ଓଡ଼ିଶାର ସ୍ୱାର୍ଥ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗ ଯେବେ ଆସିବ ବିଜେଡି ଚୁପ ବସିବନି । କିନ୍ତୁ ବିଜେପି ଚୁପ କାହିଁକି ।

୨୦୧୪ ରେ ଯେବେ ବିଜେପି ସରକାର ଆସିଲା ସେବେ ଯୋଜନା ଗୁଡିକ ମଧ୍ୟରୁ ଯେଉଁ ଯୋଜନା ସାଧାରଣ ଲୋକଙ୍କ ମନକୁ ଛୁଇଁ ଥିଲା ତାହା ହେଉଛି ଉଜ୍ଜ୍ୱଳା ଯୋଜନା । ସେବେ ଅନେକ ଉତ୍ସାହିତ କଲା ଭଳି କଥା କହିଥିଲେ ପ୍ରଧାନମନ୍ତ୍ରୀ । ଯାହା ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ମନକୁ ଛୁଇଁ ଥିଲା । ଆଜି ଯେବେ ଗ୍ୟାସ ଦର ବଢୁଛି ପ୍ରଧାନମନ୍ତ୍ରୀଙ୍କ ସେ ପ୍ରତିଶ୍ରୁତି ମନକୁ ଆସୁଛି । ତଥ୍ୟ କହୁଛି ପୂର୍ବରୁ ୨୧ ଲକ୍ଷ ପରିବାର ଗ୍ୟାସ ଉପଭୋକ୍ତା ଥିଲେ । ମୋଦି ସରକାରଙ୍କ କାର୍ଯ୍ୟକ୍ରମ ଫଳରେ ୪ ଗୁଣ ବଢି ୮୮ ଲକ୍ଷରେ ପହଞ୍ଚିଛି । ୨୦ ପ୍ରତିଶତ ଘରେ ଗ୍ୟାସ ଚୁଲା ଜଳୁଥିବା ବେଳେ ଏବେ ୮୦ ପ୍ରତିଶତ ଘରେ ଗ୍ୟାସ ବ୍ୟବହାର ହେଉଛି। କିନ୍ତୁ ୨୦୧୪ ରେ ଗ୍ୟାସ ସିଲିଣ୍ଡର ଦାମ ୪୫୦ ଆଉ ଏବେ ୧୧୪୫ ଟଙ୍କା ରେ ପହଞ୍ଚିଛି ।

ଏହା ବାଦ ମୋଦି ସରକାରଙ୍କ ଆଉ ଏକ ନିଷ୍ପତ୍ତି କୁ ନେଇ ଆମ ଦଳ ସତ୍ୟାଗ୍ରହ କରିଛି । କୋଭିଡ ସମୟରେ ମିଳୁଥିବା ଅତିରିକ୍ତ ଚାଉଳକୁ ବନ୍ଦ କରିଦେଲେ । ପ୍ରଧାନମନ୍ତ୍ରୀ ଚାହାନ୍ତି ନାହିଁ ଗରିବ ଲୋକଙ୍କର କଲ୍ୟାଣ ହେଉ। ବର୍ତ୍ତମାନ ଯେଉଁ ଚାଉଳ ୫ କେଜି ଦେଉଛନ୍ତି ତାକୁ ରୋଷେଇ କରିବା ପାଇଁ ଗ୍ୟାସ ର ଦର କୁ ୫୦ ଟଙ୍କା ବଢ଼େଇ ଛନ୍ତି। ଚାଉଳ କଞ୍ଚା ଖାଆନ୍ତୁ ଲୋକେ ଏହା ବୋଧେ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି କି । ମାଆମାନଙ୍କ ଆଖିରୁ ଲୁହ ଦୂର କରିବାକୁ ଯେଉଁ ଯୋଜନା ହୋଇଥିଲା ତାହା ଏବେ ଲୋକଙ୍କୁ କନ୍ଦେଇଲାଣି। ଏହି ଗ୍ୟାସ ଦର କାହିଁକି ବଢିଲା କାରଣ କଣ ସେଥିରେ ବିଜେପି ଚୁପ । ଆମେ ପ୍ରଶ୍ନ କରୁଛୁ ବିଜେପି କାହିଁକି ଏହି ଘଟଣା ରେ ନୀରବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା