Masthead

ବିଶ୍ୱରେ ଲୋକତାନ୍ତ୍ରିକ ମୂଲ୍ୟକୁ ଆଗକୁ ନେବାକୁ ନୂଆ ଚିନ୍ତାଧାରାର ଆବଶ୍ୟକତା ରହିଛି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ଏମପି ରାହୁଲ ଗାନ୍ଧୀ । ରାହୁଲ ଏବେ ଲଣ୍ଡନ ଗସ୍ତରେ ଅଛନ୍ତି । ସେଠାରେ ସେ କେମ୍ବ୍ରିଜ ବିଶ୍ୱିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ରାହୁଲ ଗାନ୍ଧୀ ଭାରତରେ ବିଭିନ୍ନ ସଂସ୍ଥା ନିୟନ୍ତ୍ରଣରେ ଥିବା କହିଛନ୍ତି । ଏହାସହ ତାଙ୍କ ଫୋନରୁ ଗୁପ୍ତ ତଥ୍ୟ ଚୋରାଇବା କାମ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ରାହୁଲ ଗାନ୍ଧୀ କେମ୍ବ୍ରିଜରେ ବିଜନେସ ସ୍କୁଲର ଛାତ୍ରଙ୍କୁ ସମ୍ବୋଧିତ କରି କହିଛନ୍ତି, ଭାରତରେ ମିଡିଆ ଓ ନ୍ୟାୟପାଳିକା ନିୟନ୍ତ୍ରଣରେ ରହିଛି । ମୋ ଫୋନରେ ପେଗାସସରେ ଗୁପ୍ତଚର ହେଉଛି । ଗୁଇନ୍ଦା ଅଧିକାରୀମାନେ ମୋତେ କହିଥିଲେ କି ଆପଣଙ୍କ ଫୋନ ରେକର୍ଡ କରାଯାଉଛି, ମୋ ଉପରେ ଆପରାଧିକ ମାମଲା କରାଯାଉଛି ।

ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଏମିତି ବିଶ୍ୱ ଦେଖିପାରିବୁ ନାହିଁ ଯାହା ଲୋକତାନ୍ତ୍ରିକ ମୂଲ୍ୟ ସହ ଯୋଡି ହୋଇ ନ ଥିବ । ରାହୁଲ ଗାନ୍ଧୀଙ୍କ ସମ୍ବୋଧନର ବିଷୟ ଥିଲା ‘ ଲର୍ନିଂ ଟୁ ଲିସିନ ଇନ ୨୧ ସେଞ୍ଚୁରି’ । ଏହି ସମୟରେ ରାହୁଲ କହିଥିଲେ, ବିଶ୍ୱରେ ଲୋକତାନ୍ତ୍ରିକ ମୂଲ୍ୟକୁ ଆଗକୁ ନେବାକୁ ନୂଆ ଚିନ୍ତାଧାରାର ଆବଶ୍ୟକତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା