Masthead

ମମତା ବିରୋଧୀ ମନ୍ତବ୍ୟ, ଗିରଫ ହେଲେ କୌସ୍ତବ

କଲିକତା(ବଡ଼ ଖବର ବ୍ୟୁରୋ): ଗିରଫ ହେଲେ କଂଗ୍ରେସ ନେତା ତଥା ଆଡଭୋକେଟ କୌସ୍ତବ ବାଗଚି । ମମତାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି । ଏକ ଘରୋଇ ଟିଭି ସୋ’ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି। କୌସ୍ତବଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କୋଲକାତାର ବୁରତୋଲା ପୋଲିସ ଷ୍ଟେସନ୍‌ରେ ଏକ ଅଭିଯୋଗ ହୋଇଥିଲା। କୌତ୍ସବ ଦୀର୍ଘଦିନ ଧରି ମମତାଙ୍କ ବିରୋଧରେ ରାଜନୈତିକ ମନ୍ତବ୍ୟ ରଖିଆସୁଛନ୍ତି। ଯାହା ଅନେକ‌ଥର ବିବାଦ ମଧ୍ୟ ସୃଷ୍ଟି କରିଛି। ଅଭିଯୋଗକୁ ଆଧାର କରି ପୋଲିସ ଏକ ଏତଲା ମଧ୍ୟ ରୁଜୁ କରିଛି। ବୁରତୋଲା ପୋଲିସ ଅଧିକାରୀ ପହଞ୍ଚି ବାରାକପୁରରେ ରହୁଥିବା କୌସ୍ତବଙ୍କୁ ପୋଲିସ ଗିରଫ କରିଥିଲା।

ଗିରଫ ପୂର୍ବରୁ ତାଙ୍କୁ ଦୀର୍ଘ ସମୟ ଧରି ଜେରା କରାଯାଇଥିଲା। ଶନିବାର ସକାଳେ ୭ଟା ୩୦ରେ କୌସ୍ତବଙ୍କୁ ଗିରଫ କରାଯାଇଛି। କୌତ୍ସବଙ୍କ ଗିରଫ ପ୍ରତିବାଦରେ କଂଗ୍ରେସ କର୍ମୀମାନେ ହୋହଲ୍ଲା କରିଛନ୍ତି। ରାଜ୍ୟ କଂଗ୍ରେସ ମୁଖପାତ୍ର ସୁମନ ରୟ ଚୌଧୁରୀ କହିଛନ୍ତି ଯେ, ମଧ୍ୟରାତ୍ରିରେ କୌତ୍ସବଙ୍କ ଗିରଫଦାରୀକୁ ମୁଁ ଦୃଢ଼ ନିନ୍ଦା କରୁଛି। ମମତା ସରକାର କାହାରି ବାକ ସ୍ୱାଧୀନତାକୁ ଛଡ଼ାଇ ନେଇପାରିବେ ନାହିଁ। କୌତ୍ସବଙ୍କୁ ସରକାର ତୁରନ୍ତ ଛାଡ଼ି ଦେବା ଉଚିତ୍ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଟିଏମସି ମୁର୍ସିଦାବାଦରେ ସାଗରଦିଗି ବିଧାନସଭା ଆସନରେ ପରାଜୟକୁ ସ୍ୱୀକାର କରି ପାରୁନି। ଟିଏମସି ପ୍ରତିଶୋଧ ପରାୟଣ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ