ଦଶରଥପୁର (ବଡ଼ ଖବର ବ୍ୟୁରୋ): ମାଆକୁ ହାଣିଲା ପୁଅ । ପାରିବାରିକ କଳହରୁ ଚାଲିଗଲା ଜୀବନ । ଏଭଳି ଏକ ଦୁଖଃଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବିନ୍ଧାଣୀ ସାହିରେ । ଧାରୁଆ ଅସ୍ତ୍ରରେ ନିଜ ମାଆକୁ ହତ୍ୟା କରିଛି ପୁଅ। ମୃତକ ହେଉଛନ୍ତି ଶୁକଦେବ ଓଝାଙ୍କ ପତ୍ନୀ ପ୍ରେମଲତା । ହତ୍ୟାର କାରଣ ଜଣା ପଡିନାହିଁ। ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଅଭିଯୁକ୍ତ ଗୋପାଳକୁ ଗିରଫ କରିଛି ପୋଲିସ ।