Masthead

ଚିନ୍ତା ବଢାଉଛି ଇନଫ୍ଲୁଏଞ୍ଜା ସଂକ୍ରମଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଚିନ୍ତା ବଢାଉଛି ଇନଫ୍ଲୁଏଞ୍ଜା ସଂକ୍ରମଣ । ୨ ମାସ ହେବ ଦେଶରେ ଏହି ମାମଲାର ବୃଦ୍ଧି ଦେଖିବାକୁ ମିଳିଛି । ଇନଫ୍ଲୁଏଞ୍ଜା କାରଣରୁ ଲୋକମାନଙ୍କ ଠାରେ ପ୍ରବଳ ଜ୍ୱର ଓ ଥଣ୍ଡା ହେଉଛି । ଏହା ସହିତ ଦୀର୍ଘଦିନ ଧରି ଅସୁସ୍ଥତା ଲାଗି ରହୁଛି । ଗତ ୨ବର୍ଷ ଧରି କୋଭିଡ ସହିତ ସଂଘର୍ଷ କରୁଥିବା ଲୋକମାନଙ୍କ ପାଇଁ ଇନଫ୍ଲୁଏଞ୍ଜା ସଂକ୍ରମଣ ଚିନ୍ତା ବଢ଼ାଇଛି।

ଯାହାକୁ ନଜରରେ ରଖି ଆଇସିଏମଆର ସତର୍କ ସୂଚନା ଜାରି କରିଛନ୍ତି । ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି ଯେ ଏଚ୍‌୩ଏନ୍‌୨ ଭୂତାଣୁର ଉପ-ପ୍ରଜାତି ଇନଫ୍ଲୁଏଞ୍ଜା ପାଇଁ ଜ୍ବର ମାମଲା ବୃଦ୍ଧି ପାଉଛି। ଅଧିକାଂଶ ରୋଗୀ ଦୀର୍ଘ ଦିନ ପର୍ଯ୍ୟନ୍ତ ଅସୁସ୍ଥ ରହୁଛନ୍ତି। ବଡ଼ କଥା ହେଉଛି ସେମାନଙ୍କଠାରେ କରୋନାର ସମସ୍ତ ଲକ୍ଷଣ ଦେଖାଦେଉଛି। ଗତବର୍ଷ ଡିସେମ୍ବର ୧୫ରୁ ଆଜି ପର୍ଯ୍ୟନ୍ତ ହୋଇଥିବା ନିରୀକ୍ଷଣ ଏଭଳି ସଙ୍କେତ ମିଳିଛି । ଦେଶର ୩୦ଟି ଭିଆରଡିଏଲ୍‌(ଭାଇରାଲ ରିସର୍ଚ୍ଚ ଏଣ୍ଡ ଡାଏଗ୍ନୋଷ୍ଟିକ ଲା ବୋରେଟାରି)ରୁ ସଂଗୃହୀତ ତଥ୍ୟ ଅନୁସାରେ ଏସ୍‌ଏଆରଆଇ(ଗଭୀର ଶ୍ବାସ ସଂକ୍ରମଣ) ଲକ୍ଷଣ ଥିବା ରୋଗୀଙ୍କଠାରେ ଇନ୍‌ଫ୍ଲୁଏଞ୍‌ଜା-ଏ ଏଚ୍‌୩ଏନ୍‌୨ ଦେଖିବାକୁ ମିଳିଛି।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏସ୍‌ଏଆରଆଇ ସହିତ ଏଚ୍‌୩ଏନ୍‌୨ ଥିବା ୯୨ ପ୍ରତିଶତ ରୋଗୀଙ୍କଠାରେ ଜ୍ବର, ୮୬ ପ୍ରତିଶତଙ୍କଠାରେ କାଶ, ୨୭ ପ୍ରତିଶତଙ୍କଠାରେ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା, ୧୬ ପ୍ରତିଶତଙ୍କଠାରେ ନିମୋନିଆ ଓ ୬ ପ୍ରତିଶତଙ୍କଠାରେ ବେହୋସ ହୋଇଯିବା ନଜରକୁ ଆସିଛି। ଏଚ୍‌୩ଏନ୍‌୨ ଥିବା ଏସ୍‌ଏଆରଆଇ ଥିବା ୧୦ ପ୍ରତିଶତ ରୋଗୀଙ୍କୁ ଅକ୍ସିଜେନ୍‌ର ଆବଶ୍ୟକତା ପଡ଼ୁଥିବା ବେଳେ ୭ ପ୍ରତିଶତ ଆଇସିୟୁରେ ଭର୍ତି ହେଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?