Masthead

ମାସ୍କ ମୁକ୍ତ ମହଙ୍ଗା ପଡିଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅନଲକ୍ ପରେ କିଛି ଦେଶ ମାସ୍କ ମୁକ୍ତ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ମାସ୍କ ମୁକ୍ତ ହେବା ଦ୍ୱାରା ଏବେ ବିଭିନ୍ନ ଦେଶରେ ପୁଣି ଦେଖାଦେଇଛି ମହାମାରୀରର ଆତଙ୍କ । ଅତ୍ୟଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟ ବିପଦ ବଢାଇଛି । ଫଳରେ ପୁଣି ଥରେ ଇସ୍ରାଏଲ୍, ଅଷ୍ଟ୍ରେଲିଆ ଏବଂ ଫିଜିରେ ଦ୍ରୁତଗତିରେ ବ୍ୟାପିବା ଆରମ୍ଭ କରିଛି କିଲର ଭାଇରସ । ପରିସ୍ଥିତି ଏପରି ହୋଇଛି ଯେ, ଏହି ୩ ଦେଶ ବର୍ତ୍ତମାନ ଲୋକଙ୍କୁ ଦରକାର ନଥିଲେ ଏବେ ଘରୁ ବାହାରିବାକୁ ମନା କରାଯାଇଛି । ଏହାସହ କୋଭିଡ ପ୍ରୋଟୋକଲକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହୋଇଛନ୍ତି ।
ଇସ୍ରାଏଲ :
ବିଶ୍ୱର ସବୁଠାରୁ ସଫଳ ଟିକାକରଣ ଅଭିଯାନ ଦ୍ୱାରା କରୋନା ବିପଦକୁ ହରାଇଥିଲା ଇସ୍ରାଏଲ୍ । ଫଳରେ ଜୁନ୍ ୧୮ ରେ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ଉପରୁ ହଟିଥିଲା କଟକଣା । ହେଲେ ଏବେ ପୁଣି ଦେଖେଦେଇଛି ବିପଦ । ଅର୍ଥ ପୁଣିଥରେ ଫେରିଛି ସେହି କୋଭିଡ ଭୟ । ଏଠାରେ ଏବେ ଦୈନିକ ମାମଲା ପୁଣି ଥରେ ଶହେ ଅତିକ୍ରମ କରିବାକୁ ଲାଗିଲାଣି । ମହାମାରୀ ରୋକିବା ପାଇଁ ଗଠିତ ହୋଇଥିବା ଟାସ୍କଫୋର୍ସ ସ୍ପଷ୍ଟ କରିଛି ଯେ, ମହାମାରୀ ଫେରିବା ପାଇଁ ଡେଲ୍ଟା ଭାରିଆଣ୍ଟ ଦାୟୀ । ଅନ୍ୟ ଦେଶରେ ଏହି ପ୍ରକାରର କାରଣ ଦେଖାଦେଇଛି । ଫଳରେ ବିପଦକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୁଣିଥରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛି । ତା ସହ ବଢୁଛି ସଂକ୍ରମଣ ମାତ୍ରା । ତେବେ ସଂକ୍ରମଣ ସଂଖ୍ୟା ୨୨ ଜୁନ ରେ ୧୨୩ ଥିବା ବେଳେ ୨୩ ଜୁନରେ ୧୪୬, ୨୪ ଜୁନରେ ୨୦୫, ୨୫ ଜୁନରେ ୨୦୮ ଏବଂ ୨୬ ଜୁନରେ ୧୮୫ ବଢିଥିଲା ।

ଅଷ୍ଟ୍ରେଲିଆ:
୨୨ଫେବୃଆରୀରେ କୋଭିଡ ଟୀକାକରଣ ଆରମ୍ଭ ହେବା ପରେ, ଦୈନିକ ଆସୁଥିବା ନୂତନ ରୋଗ ସଂଖ୍ୟା ୧୦ ପ୍ରତିଶତକୁ ହ୍ରାସ ପାଇଥିଲା । ଫଳସୂରୁପ ଭିକ୍ଟୋରିଆ ଏବଂ ନ୍ୟୁ ସାଉଥ ୱେଲ୍ସର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା କଟକଣା ହଟାଯାଇଥିଲା । ହେଲେ ଏବେ ଡେଲଟା ଭାରିଆଣ୍ଟ ଦେଖାଯିବା ପରେ ଅଷ୍ଟ୍ରେଲିଆରେ ସମସ୍ୟା ପୁଣି ଥରେ ବୃଦ୍ଧି ପାଇଛି । ଦୈନିକ ପ୍ରଭାବିତ ରୋଗୀଙ୍କ ସଂଖ୍ୟା ୬୦ ରୁ ଅଧିକ ହେବାରୁ ସିଡନୀ ପରି ସହରରେ ଲୋକଙ୍କୁ ଏକ ସପ୍ତାହ ପର୍ୟ୍ୟନ୍ତ ଘରୁ ନବାହାରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବଢୁଥିବା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଉଛି । ତେବେ ୨୨ ଜୁନରେ ୧୦ ଥିବା ବେଳେ ୨୩ ଜୁନରେ ୧୨, ୨୪ ଜୁନରେ ୩୦ ଏବଂ ୨୫ ଜୁନରେ ସଂକ୍ରମଣ ହାର ଖସି ୧୪ ରେ ପହଞ୍ଚିଥିଲା । ପୁଣିଥରେ ୨୪ ଜୁନରେ ହାର ବଢି ୩୪ରେ ସଂକ୍ରମଣ ପହଞ୍ଚିଥିଲା ।
ଫିଜି:
ଫିଜିରେ ଏପ୍ରିଲରେ, କ୍ରମାଗତ ଏକ ବର୍ଷ ପାଇଁ କରୋନା ବିସ୍ତାର ହେବାର କୌଣସି ମାମଲା ରିପୋର୍ଟ ନକରିବାର ଏକ ରେକର୍ଡ ସୃଷ୍ଟି କରିଥିଲା । ଅବଶ୍ୟ, ଡେଲଟା ଏବଂ ଡେଲଟା ପ୍ଲସ୍ ପ୍ରକାରର ଆଗମନ ସହିତ ଏହି ଦେଶରେ କରୋନା ଭୂତାଣୁ କାୟା ବିସ୍ତାର ହେବାରେ ଲାଗିଛି । ତେଣୁ ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିବା, ସାମାଜିକ ଦୂରତା ଅନୁସରଣ ନକରିବା, ରାତ୍ରି କର୍ଫ୍ୟୁ ସହ ଜଡିତ ନିୟମ ଭାଙ୍ଗିବା ଏବଂ ଭିଡ଼ ଜମାଇବା ଲୋକଙ୍କ ଉପରେ ସରକାର କଠୋର ଜୋରିମାନା ଲଗାଇବାକୁ ବ୍ୟବସ୍ଥା କରିଛନ୍ତି । ୨୨ ଜୁନରେ ସଂକ୍ରମଣ ହାର ୧୮୦ ଥିବାବେଳେ ୨୩ ଜୁନରେ ୨୭୦, ୨୪ ଜୁନରେ ୩୦୮, ଏବଂ ୨୫ ଜୁନରେ ସଂକ୍ରମଣ ହାର ଖସି ୨୧୫ ଓ ୨୬ ଜୁନରେ ୨୬୬ ରେ ପହଞ୍ଚିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ