ଭୁବନେଶ୍ୱରିଆଙ୍କୁ ପାରି ହେବନି: ମନ୍ଦିରରେ ୟେ କ’ଣ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗୋଟିଏ ଫଟୋ । ଯାହା ସମସ୍ତଙ୍କୁ ବିଚଳିତ କରୁଛି । ଫଟୋଟି ଭୁବନେଶ୍ୱରର ଐତିହାସିକ ବକ୍ରେଶ୍ୱର ମନ୍ଦିରର ବୋଲି କୁହାଯାଉଛି । ଏଥିରେ ଥିବା ଦୃଶ୍ୟ ଦେଖି ଶ୍ରଦ୍ଧାଳୁମାନେ କ୍ଷୋଭ ପ୍ରକାଶ କରୁଛନ୍ତି । ଏହା ମନ୍ଦିରର ପବିତ୍ରତା ପ୍ରତି ଅପମାନ ବୋଲି କହୁଛନ୍ତି । ଫଟୋଟିରେ ଜଣେ ବ୍ୟକ୍ତି ଗୋଟିଏ ଗାମୁଛା ପିନ୍ଧି ମନ୍ଦିର ପରିସରରେ ଛିଡା ହୋଇଛନ୍ତି । ଆଉ ଧରିଛନ୍ତି ଗୋଟିଏ କୁକୁରକୁ । ଲାଗୁଛି ଯେମିତି କୁକୁରକୁ ଧରି ପ୍ରାତଃ ଭ୍ରମଣରେ ବାହାରିଛନ୍ତି ବ୍ୟକ୍ତି ଜଣକ । ହେଲେ ମନ୍ଦିରରେ ପରିସରରେ କାହିଁକି? ଯଦି କୁକୁରଟି ମନ୍ଦିର ପରିସରରେ ମଳ ତ୍ୟାଗ କରେ, ଅସନା କରେ ତାହା ଭକ୍ତଙ୍କ ଭାବାବେଗକୁ ଆଘାତ ନୁହେଁ କି? ତେବେ କିଏ ତାଙ୍କୁ ଏଭଳି ଅନୁମତି ଦେଲା, ତାହା ସ୍ପଷ୍ଟ ହୋଇନି । କେବେ ଏହି ଫଟୋ ନିଆଯାଇଛି ତାହା ବି ଜଣାପଡ଼ିନି । କିନ୍ତ ଏସବୁ ଦେଖିଲେ ଲାଗୁଛି, ଭୁବନେଶ୍ୱରରେ ଅନେକ ଐତିହାସିକ ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟ ଏବେ ବିପଦରେ । ପରିଚାଳକମାନଙ୍କ ଅପାରଗତାରୁ ମନ୍ଦିରରେ ପବିତ୍ର ବାତାବରଣ ରହୁନାହିଁ । ଅସାମାଜିକମାନେ ମନ୍ଦିରକୁ ଦୂଷିତ କାର୍ଯ୍ୟରେ ବ୍ୟବହାର କରିବାକୁ ପଛାଉ ନାହାନ୍ତି । ଏଭଳି ପରିବେଶରେ କ’ଣ ଈଶ୍ୱରଙ୍କ ଆରାଧନା ହୁଏ? ଭଗବାନଙ୍କୁ ଏଭଳି ଅପମାନ କାହିଁକି ବୋଲି ଭକ୍ତ ମହଲରେ ବଡ଼ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!