Masthead

ଭୁବନେଶ୍ୱରିଆଙ୍କୁ ପାରି ହେବନି: ମନ୍ଦିରରେ ୟେ କ’ଣ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗୋଟିଏ ଫଟୋ । ଯାହା ସମସ୍ତଙ୍କୁ ବିଚଳିତ କରୁଛି । ଫଟୋଟି ଭୁବନେଶ୍ୱରର ଐତିହାସିକ ବକ୍ରେଶ୍ୱର ମନ୍ଦିରର ବୋଲି କୁହାଯାଉଛି । ଏଥିରେ ଥିବା ଦୃଶ୍ୟ ଦେଖି ଶ୍ରଦ୍ଧାଳୁମାନେ କ୍ଷୋଭ ପ୍ରକାଶ କରୁଛନ୍ତି । ଏହା ମନ୍ଦିରର ପବିତ୍ରତା ପ୍ରତି ଅପମାନ ବୋଲି କହୁଛନ୍ତି । ଫଟୋଟିରେ ଜଣେ ବ୍ୟକ୍ତି ଗୋଟିଏ ଗାମୁଛା ପିନ୍ଧି ମନ୍ଦିର ପରିସରରେ ଛିଡା ହୋଇଛନ୍ତି । ଆଉ ଧରିଛନ୍ତି ଗୋଟିଏ କୁକୁରକୁ । ଲାଗୁଛି ଯେମିତି କୁକୁରକୁ ଧରି ପ୍ରାତଃ ଭ୍ରମଣରେ ବାହାରିଛନ୍ତି ବ୍ୟକ୍ତି ଜଣକ । ହେଲେ ମନ୍ଦିରରେ ପରିସରରେ କାହିଁକି? ଯଦି କୁକୁରଟି ମନ୍ଦିର ପରିସରରେ ମଳ ତ୍ୟାଗ କରେ, ଅସନା କରେ ତାହା ଭକ୍ତଙ୍କ ଭାବାବେଗକୁ ଆଘାତ ନୁହେଁ କି? ତେବେ କିଏ ତାଙ୍କୁ ଏଭଳି ଅନୁମତି ଦେଲା, ତାହା ସ୍ପଷ୍ଟ ହୋଇନି । କେବେ ଏହି ଫଟୋ ନିଆଯାଇଛି ତାହା ବି ଜଣାପଡ଼ିନି । କିନ୍ତ ଏସବୁ ଦେଖିଲେ ଲାଗୁଛି, ଭୁବନେଶ୍ୱରରେ ଅନେକ ଐତିହାସିକ ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟ ଏବେ ବିପଦରେ । ପରିଚାଳକମାନଙ୍କ ଅପାରଗତାରୁ ମନ୍ଦିରରେ ପବିତ୍ର ବାତାବରଣ ରହୁନାହିଁ । ଅସାମାଜିକମାନେ ମନ୍ଦିରକୁ ଦୂଷିତ କାର୍ଯ୍ୟରେ ବ୍ୟବହାର କରିବାକୁ ପଛାଉ ନାହାନ୍ତି । ଏଭଳି ପରିବେଶରେ କ’ଣ ଈଶ୍ୱରଙ୍କ ଆରାଧନା ହୁଏ? ଭଗବାନଙ୍କୁ ଏଭଳି ଅପମାନ କାହିଁକି ବୋଲି ଭକ୍ତ ମହଲରେ ବଡ଼ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ