Masthead

ଇମ୍ରାନଙ୍କ ମୁଣ୍ଡ ଉପରେ ବୁଲୁଛି ବିପଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇମ୍ରାନ ଖାନଙ୍କ ପଡ଼ିଛି ଶନି ଦଶା । ମୁଣ୍ଡ ମୁଣ୍ଡ ଉପରେ ବୁଲୁଛି ବିପଦ । ସଙ୍କଟରେ ଜନାବ ଖାନ । କେଉଁ ସମୟରେ ବି ହୋଇପାରନ୍ତି ଗିରଫ । ପାକିସ୍ତାନର ପୂର୍ବତମ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ ଖେଳାଳୀ ଇମ୍ରାନ ଖାନଙ୍କ ଏବେ ପାଦେ ପାଦେରେ ବିପଦ । ତୋଷଖାନା ବିବାଦ ତାଙ୍କ ପିଛା ଛାଡ଼ୁନି । ଯେଉଁଥିପାଇଁ ଦିନକୁ ଦିନ ତାଙ୍କର ସଙ୍କଟ ବଢ଼ିବାରେ ଲାଗିଛି । କେତେବେଳେ ଇମ୍ରାନ ଭୟରେ ଲୁଚି ପଳାଉଛନ୍ତି ତ ଆଉ କେତେ ନିଜ ବାସଭବନ ସମ୍ମୁଖରେ ପୋଲିସ ପହଂଚିଯାଉଛି । କାରଣ ଇମ୍ରାନଙ୍କୁ ଗିରଫ କରିବା ପାଇଁ ପ୍ରସ୍ତୁତ ଅଛି ଇସଲାମାବାଦ ପୋଲିସ । ଏହାରି ଭିତରେ କୋର୍ଟଙ୍କ ଗିରଫ ପରୱାନା ଧରି ପହଂଚିଥିଲା ଇମ୍ରାନ ଖାନଙ୍କ ଘରେ । ହେଲେ ବାବୁ ପୋଲିସକୁ ଦେଖି ମାରିଛନ୍ତି ଚମ୍ପଟ । ଯାହା ଫଳରେ ଖାଲି ହାତରେ ଫେରିଆସିଥିଲା ପୋଲିସ ।

ତୋଷଖାନା ମାମଲାରେ ଫେବ୍ରୁଆରୀ ୨୮ ତାରିଖରେ ଇମ୍ରାନ ଖାନଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା । ହେଲେ କୋର୍ଟଙ୍କ ଆଦେଶକୁ ଅବମାନନା କରିଥିଲେ ଇମ୍ରାନ । ଯାହା ଫଳରେ କୋର୍ଟ ପରୱାନା ଜାରି କରିଥିଲେ ଲାହେର ସେସନ୍ସ କୋର୍ଟ । ପୋଲିସ ଇମ୍ରାନଙ୍କ ଘରେ ପହଂଚିବା ପୂର୍ବରୁ ଚୋରଙ୍କ ଭଳି ଖସି ପଳାଇଥିଲେ ପାକିସ୍ତାନର ଏହି ପୂର୍ବତନ ପ୍ରଧାନମନ୍ତ୍ରୀ । ହେଲେ ଏହାରି ଭିତରେ ଖବର ପାଇଥିଲେ ତାଙ୍କ ଦଳର ସହକର୍ମୀ ନେତା ଓ ପ୍ରଶଂସକ । ଯାହା ଫଳରେ ତାଙ୍କ ଅନୁଗତମାନେ ତଥା ପିଟିଆଇର ବହୁ କର୍ମୀ ଏକାଠି ହୋଇଥିଲେ ।

ଇମ୍ରାନଙ୍କ ଘର ସମ୍ମୁଖରେ ତାଙ୍କ କର୍ମୀ ଓ ପୋଲିସ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ସେପଟେ ଇମ୍ରାନ ଖାନଙ୍କୁ ବଂଚାଇବା ପାଇଁ ନିଜ ପାର୍ଟି ଆପ୍ରାଣ ଚେଷ୍ଟା କରିଛି । ଇସଲାମାବାଦ ପୋଲିସର ନୋଟିସ ମିଳିଛି, ଏଥିରେ କିନ୍ତୁ ଇମ୍ରାନଙ୍କୁ ଗିରଫ କରିବା ପାଇଁ ସେଭଳି କିଛି ଲେଖା ନଥିବା କହିଛନ୍ତି ଇନସାଫ୍ ଦଳର ଉପାଧ୍ୟକ୍ଷ । ଇମ୍ରାନଙ୍କ ଗିରଫଦାରୀ ପ୍ରସଙ୍ଗରେ ତାଙ୍କ ଓକିଲଙ୍କ ସହ ଆଲୋଚନା ହୋଇଛ କହିଛନ୍ତି ଦଳର ଉପାଧ୍ୟକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି