Masthead

ମୋଦିଙ୍କୁ ପିନାରାଇ ବିଜୟନଙ୍କ ଚିଠି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମନୀଷ ସିସୋଦିଆ ଗିରଫ ମାମଲା । ୯ ବିରୋଧୀଦଳ ନେତାଙ୍କ ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେରଳ ମୁଖ୍ୟମନ୍ତ୍ରୀ । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି କି କେନ୍ଦ୍ରୀୟ ଏଜେନ୍ସିର କିଛି କାର୍ୟ୍ୟାନୁଷ୍ଠାନ ଏବେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । କେନ୍ଦ୍ରୀୟ ଏଜେନ୍ସିକୁ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରାଯାଉଛି ।

ଏନେଇ ଲୋକଙ୍କ ମନରେ ଥିବା ଧାରଣାକୁ କେନ୍ଦ୍ର ସରକାର ଦୂର କରନ୍ତୁ । ଏହାସହ ଆପ୍ ନେତାଙ୍କୁ ରାଜନୈତିକ କାରଣରୁ ଗିରଫ କରାଯାଇଛି ବୋଲି ପିନାରାଇ ବିଜୟନ କହିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ସିସୋଦିଆଙ୍କ ମାମଲାର ଯାଂଚ ବେଳେ ତାଙ୍କ ଠାରୁ କୌଣସି ନଗଦ ଟଙ୍କା ମିଳିନାହିଁ । ସେ ଜଣେ ନିର୍ବାଚିତ ପ୍ରତିନିଧି, ଯାଂଚ ଏଜେନ୍ସିର ନୋଟିସ ଉପରେ ସେ ବାରମ୍ବାର ଜବାବ ଦେଇଛନ୍ତି ଓ ଯାଂଚରେ ସହଯୋଗ କରୁଥିବା ବେଳେ ତାଙ୍କୁ କିଭଳି ଗିରଫ କରାଗଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ