Masthead

ଶ୍ରୀକ୍ଷେତ୍ରରେ ପ୍ରଥମ ସମାବେଶ, ଆସିବେ କେସିଆର

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ) : ଓଡ଼ିଶାରେ ବିଆରଏସର ହେବ ଦମଦାର ପ୍ରବେଶ । ଆରମ୍ଭ ହେବ ଶ୍ରୀକ୍ଷେତ୍ରରୁ । ନିଜେ ଆସିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ତେଲଙ୍ଗୋନା ମୁଖ୍ୟମନ୍ତ୍ରୀ କେସିଆର । ପୁରୀରେ ଏପ୍ରିଲ ପହିଲାରେ ବିଶାଳ ଜନ ସମାବେଶ ପାଇଁ ଲକ୍ଷ୍ୟ ରଖିଛି ଭାରତ ରାଷ୍ଟ୍ର ସମିତି(ବିଆରଏସ) । ଓଡ଼ିଶାର ଅନେକ ନେତା ବିଆରଏସର ହାତ ଧରିଛନ୍ତି । ମିଶ୍ରଣ ହୋଇଥିଲା ହାଇଦ୍ରାବାଦରେ । ୨୦୨୪ ନିର୍ବାଚନରେ ଦଳ ରାଜ୍ୟର ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି । ତେବେ ସମସ୍ତଙ୍କ ଅପେକ୍ଷା ଥିଲା କେବେ କେସିଆର ଓଡ଼ିଶା ଆସିବେ, ବିଆରଏସର ଆଭିମୁଖ୍ୟ ଓଡ଼ିଶାବାସୀଙ୍କ ଆଗରେ ସ୍ପଷ୍ଟ କରି ରଖିବେ । ବହୁ ମାନସମନ୍ଥନ ପରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ତାରିଖକୁ ବାଛିଛି ଦଳ । ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଶ୍ରୀକ୍ଷେତ୍ରରୁ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବେ କେସିଆର । ଏଠି ବିଆରଏସର ରାଜନୈତିକ ସମୀକରଣ କଣ ହେବ, ଶାସନରେ ଥିବା ବିଜେଡି ପ୍ରତି କେସିଆରଙ୍କ ଆଭିମୁଖ୍ୟ କେମିତି ରହିବ, କେଉଁ ପ୍ରସଙ୍ଗ ଧରି ନବୀନଙ୍କୁ ଟକ୍କର ଦେବେ ଏସବୁର ଉତ୍ତର ସେଦିନ ସ୍ପଷ୍ଟ ହୋଇଯିବ ।

ଓଡ଼ିଶା ରାଜନୀତିରେ ଆଉ ଏକ ରାଜନୈତିକ ଦଳର ପ୍ରବେଶ ଭୋଟ ସମୀକରଣକୁ ଓଲଟଫେର କରିବାର ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ । କାରଣ ରାଜନୀତିରେ କିଛି ବି ଅସମ୍ଭବ ନୁହେଁ । ପୁଣି କୃଷକ କଲ୍ୟାଣ ଯୋଜନା ପାଇଁ କେସିଆରଙ୍କ ଲୋକପ୍ରିୟତା ରହିଛି । ଏପଟେ ଓଡ଼ିଶାରେ କେସିଆରଙ୍କ ହାତ ଧରିଛି ନବନିର୍ମାଣ କୃଷକ ସଂଗଠନ । ଅନେକ ଅନୁଭବୀ ନେତା ଦଳରେ ମିଶିଛନ୍ତି । ଯୁବ ନେତା ବି ସାମିଲ ହୋଇଛନ୍ତି । ଆଗକୁ ଅନେକ ସାମିଲ ହେବା ପାଇଁ ଯୋଗାଯୋଗରେ ଅଛନ୍ତି । ହୁଏତ ପୁରୀ ମଂଚରେ କେସିଆରଙ୍କ ଉପସ୍ଥିତିରେ ରାଜ୍ୟ ରାଜନୀତିର କିଛି ପୁରୁଖା ନେତା ବିଆରଏସର ଆମ୍ବାସଡର କାର ଚଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ଭିନ୍ନ ଭିନ୍ନ ପାର୍ଟିର ଦୁଇରୁ ତିନି ଜଣ ସିଟିଂ ବିଧାୟକ ମଧ୍ୟ କେସିଆରଙ୍କ ଟଚରେ ଅଛନ୍ତି । ହେଲେ ଦଳବଦଳ ଆଇନକୁ ଆଖିରେ ରଖି ବର୍ତ୍ତମାନ ସାମ୍ନାକୁ ଆସୁନାହାନ୍ତି । ଏବେ ବିଆରଏସ ଓଡ଼ିଶାରେ କାହାକୁ ଜଣକୁ ସଭାପତି ନକରି ସମସ୍ତଙ୍କୁ ଜୋନୱାରୀ ଦାୟିତ୍ୱ ଦେଇ ସଂଗଠନକୁ ତୃଣମୂଳ ସ୍ତରରେ ନେବାକୁ ଉଦ୍ୟମ ଆରମ୍ଭ କରିଛି । ଏବେ ଓଡ଼ିଶାରେ ଆରମ୍ଭ ମାତ୍ର ତେଣୁ ପହଞ୍ଚ ବ୍ୟାପ୍ତ ହୋଇନାହିଁ, ଉତ୍କଳ ଦିବସ ସମାବେଶ ପରେ ଆଗକୁ ଦଳର ସଂଗଠନ ଅଧିକ ସକ୍ରିୟ ହେବା ନିଶ୍ଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ