Masthead

ଶ୍ରୀକ୍ଷେତ୍ରରେ ପ୍ରଥମ ସମାବେଶ, ଆସିବେ କେସିଆର

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ) : ଓଡ଼ିଶାରେ ବିଆରଏସର ହେବ ଦମଦାର ପ୍ରବେଶ । ଆରମ୍ଭ ହେବ ଶ୍ରୀକ୍ଷେତ୍ରରୁ । ନିଜେ ଆସିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ତେଲଙ୍ଗୋନା ମୁଖ୍ୟମନ୍ତ୍ରୀ କେସିଆର । ପୁରୀରେ ଏପ୍ରିଲ ପହିଲାରେ ବିଶାଳ ଜନ ସମାବେଶ ପାଇଁ ଲକ୍ଷ୍ୟ ରଖିଛି ଭାରତ ରାଷ୍ଟ୍ର ସମିତି(ବିଆରଏସ) । ଓଡ଼ିଶାର ଅନେକ ନେତା ବିଆରଏସର ହାତ ଧରିଛନ୍ତି । ମିଶ୍ରଣ ହୋଇଥିଲା ହାଇଦ୍ରାବାଦରେ । ୨୦୨୪ ନିର୍ବାଚନରେ ଦଳ ରାଜ୍ୟର ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି । ତେବେ ସମସ୍ତଙ୍କ ଅପେକ୍ଷା ଥିଲା କେବେ କେସିଆର ଓଡ଼ିଶା ଆସିବେ, ବିଆରଏସର ଆଭିମୁଖ୍ୟ ଓଡ଼ିଶାବାସୀଙ୍କ ଆଗରେ ସ୍ପଷ୍ଟ କରି ରଖିବେ । ବହୁ ମାନସମନ୍ଥନ ପରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ତାରିଖକୁ ବାଛିଛି ଦଳ । ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଶ୍ରୀକ୍ଷେତ୍ରରୁ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବେ କେସିଆର । ଏଠି ବିଆରଏସର ରାଜନୈତିକ ସମୀକରଣ କଣ ହେବ, ଶାସନରେ ଥିବା ବିଜେଡି ପ୍ରତି କେସିଆରଙ୍କ ଆଭିମୁଖ୍ୟ କେମିତି ରହିବ, କେଉଁ ପ୍ରସଙ୍ଗ ଧରି ନବୀନଙ୍କୁ ଟକ୍କର ଦେବେ ଏସବୁର ଉତ୍ତର ସେଦିନ ସ୍ପଷ୍ଟ ହୋଇଯିବ ।

ଓଡ଼ିଶା ରାଜନୀତିରେ ଆଉ ଏକ ରାଜନୈତିକ ଦଳର ପ୍ରବେଶ ଭୋଟ ସମୀକରଣକୁ ଓଲଟଫେର କରିବାର ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ । କାରଣ ରାଜନୀତିରେ କିଛି ବି ଅସମ୍ଭବ ନୁହେଁ । ପୁଣି କୃଷକ କଲ୍ୟାଣ ଯୋଜନା ପାଇଁ କେସିଆରଙ୍କ ଲୋକପ୍ରିୟତା ରହିଛି । ଏପଟେ ଓଡ଼ିଶାରେ କେସିଆରଙ୍କ ହାତ ଧରିଛି ନବନିର୍ମାଣ କୃଷକ ସଂଗଠନ । ଅନେକ ଅନୁଭବୀ ନେତା ଦଳରେ ମିଶିଛନ୍ତି । ଯୁବ ନେତା ବି ସାମିଲ ହୋଇଛନ୍ତି । ଆଗକୁ ଅନେକ ସାମିଲ ହେବା ପାଇଁ ଯୋଗାଯୋଗରେ ଅଛନ୍ତି । ହୁଏତ ପୁରୀ ମଂଚରେ କେସିଆରଙ୍କ ଉପସ୍ଥିତିରେ ରାଜ୍ୟ ରାଜନୀତିର କିଛି ପୁରୁଖା ନେତା ବିଆରଏସର ଆମ୍ବାସଡର କାର ଚଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ଭିନ୍ନ ଭିନ୍ନ ପାର୍ଟିର ଦୁଇରୁ ତିନି ଜଣ ସିଟିଂ ବିଧାୟକ ମଧ୍ୟ କେସିଆରଙ୍କ ଟଚରେ ଅଛନ୍ତି । ହେଲେ ଦଳବଦଳ ଆଇନକୁ ଆଖିରେ ରଖି ବର୍ତ୍ତମାନ ସାମ୍ନାକୁ ଆସୁନାହାନ୍ତି । ଏବେ ବିଆରଏସ ଓଡ଼ିଶାରେ କାହାକୁ ଜଣକୁ ସଭାପତି ନକରି ସମସ୍ତଙ୍କୁ ଜୋନୱାରୀ ଦାୟିତ୍ୱ ଦେଇ ସଂଗଠନକୁ ତୃଣମୂଳ ସ୍ତରରେ ନେବାକୁ ଉଦ୍ୟମ ଆରମ୍ଭ କରିଛି । ଏବେ ଓଡ଼ିଶାରେ ଆରମ୍ଭ ମାତ୍ର ତେଣୁ ପହଞ୍ଚ ବ୍ୟାପ୍ତ ହୋଇନାହିଁ, ଉତ୍କଳ ଦିବସ ସମାବେଶ ପରେ ଆଗକୁ ଦଳର ସଂଗଠନ ଅଧିକ ସକ୍ରିୟ ହେବା ନିଶ୍ଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା