Masthead

ଘୁଞ୍ଚି ଘୁଞ୍ଚି ଯାଉଛି ମହାନଦୀ ଜଳ ବିବାଦ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଶୀତଳ ଭଣ୍ଡାରକୁ ଚାଲିଗଲା କି ଓଡ଼ିଶା- ଛତିଶଗଡ଼ ମହାନଦୀ ଜଳ ବିବାଦ? ଆପୋସ ଆଲୋଚନାରେ ଗଲା ଦୁଇବର୍ଷ । ଏବେ ଟ୍ରିବୁ୍ୟୟନାଲକୁ ପୂରିବ ପାଞ୍ଚବର୍ଷ । ଆଉ କେତେ ସମୟ ଲାଗିବ ଏହି ବିବାଦର ସ୍ଥାୟୀ ସମାଧାନ ପାଇଁ?୨୦୧୬ ରେ ମହାନଦୀ ପାଣିକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲକୁ ପାଞ୍ଚ ବର୍ଷ ପୂରିବ । କେନ୍ଦ୍ର ଜଳ ମନ୍ତ୍ରଣାଳୟ ମଧ୍ୟସ୍ତିରେ ଦୁଇବର୍ଷ ଉଭୟ ରାଜ୍ୟ ଆପୋଷ ଆଲୋଚନାରେ ସମାଧାନର ବାଟ ଖୋଜିଥିଲେ । ଆଲୋଚନା ଫେଲ ମାରିଲା । ୨୦୧୮ ମାର୍ଚ୍ଚ ୧୨ରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ କେନ୍ଦ୍ର ଜଳ ମନ୍ତ୍ରଣାଳୟ ପକ୍ଷରୁ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା ।

ଯାହାର କାର୍ଯ୍ୟକାଳ ଥିଲା ତିନିବର୍ଷ । ଏହି ସମୟ ମଧ୍ୟରେ ସମାଧାନର ରାସ୍ତା ନବାହାରିବାରୁ ସମୟସୀମା ଆଉ ଦୁଇବର୍ଷ ବୃଦ୍ଧି କରାଯାଇଥିଲା । ଯାହାର ଅବଧି ଚଳିତ ମାସ ୧୧ ରେ ଶେଷ ହେଉଛି । ଗୋଟିଏ ପରେ ଗୋଟିଏ ତଥ୍ୟ ଦିଆନିଆରେ ପାଞ୍ଚ ବର୍ଷ ବିତିଗଲାଣି। ଟ୍ରିବ୍ୟୁନାଲ ସଦସ୍ୟଙ୍କ ସହ ଓଡିଶା ଓ ଛତିଶଗଡ଼ ସରକାରଙ୍କ ଉଚ୍ଚପଦସ୍ତ ଅଧିକାରୀ ଅନେକ ଥର ବିବାଦୀୟ କ୍ଷେତ୍ର ପରିଦର୍ଶନ କରିସାରିଲେଣି । ଜଳ ବଣ୍ଟନକୁ ନେଇ ଟ୍ରିବ୍ୟୁନାଲରେ ଓଡିଶା-ଛତିଶଗଡ଼ ଯେଉଁଭଳି ଟଣାଓଟରା ହେଉଛନ୍ତି ଲାଗୁଛି ବିବଦର ସମାଧାନ ପାଇଁ କାହାରି ଆନ୍ତରିକତା ନାହିଁ ।

ମୌସୁମୀ ଓ ଅଣମୌସୁମୀରେ ମହାନଦୀରେ ଲାଗିରହିଛି ଜଳ ସଙ୍କଟ । ଟ୍ରିବ୍ୟୁନାଲ ନିର୍ଧାରଣ କରିବ ମହାନଦୀର ଭାଗ୍ୟ । ଛତିଶଗଡ଼କୁ ଦୋଷ ଦେଇ ସମୟ ଟାଳିବାରେ ଲାଗିଛି ରାଜ୍ୟ ଜଳସମ୍ପଦ ବିଭାଗ। ଛତିଶଗଡ଼ ସରକାର ବି ଓଡ଼ିଶା ସରକାରଙ୍କୁ ମହାନଦୀର ତଳ ମୁଣ୍ଡକୁ ଜଳ ପ୍ରବାହ ତଥ୍ୟ ମାଗିବାରେ ବ୍ୟସ୍ତ । ଉପରମୁଣ୍ଡରୁ ତଳମୁଣ୍ଡକୁ ଆସୁଥିବା ଜଳ ର ତଥ୍ୟ ଆଦାନପ୍ରଦାନ ରେ କେବଳ ଚାଲିଛି “ଟାଇମ ପାସ” । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହେଲେ ସମସ୍ୟାର ତୁରନ୍ତ ସମାଧାନ ହୋଇପାରନ୍ତା ।

ମହାନଦୀ ବିବାଦକୁ ରାଜନୈତିକ ଅସ୍ତ୍ର ଭାବେ ରାଜ୍ୟ ସରକାର ପ୍ରୟୋଗ କରୁଥିବାରୁ ସମାଧାନର ଆଶା ବହୁତ କମ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ରାଜ୍ୟ ଜଳସମ୍ପଦ ବିଭାଗର ଅପାରଗତା ଯୋଗୁଁ ବିବାଦରେ ଛନ୍ଦି ହୋଇଛି ମହାନଦୀ । ବିବାଦର ତୁରନ୍ତ ସମାଧାନ ନହେଲେ ମହାନଦୀ ଉପରେ ନିର୍ଭରଶୀଳ କ୍ଷାଧିକ ଲୋକଙ୍କ ଜୀବନଜୀବୀକା ଉଜୁହିଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି