Masthead

ୟୁକ୍ରେନ ଉପରେ ୮୧ ମିସାଇଲ ମାଡ଼

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷିଆ କରିଛି ଭୟଙ୍କର କ୍ଷେପଣାସ୍ତ୍ର ମାଡ଼ । ୮୧ ଟି କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷିଆ । ତେବେ ଏହି କ୍ଷେପଣାସ୍ତ୍ରଗୁଡିକ କେତେ ପାୱାରଫୁଲ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଦୀର୍ଘଦିନ ଧରି ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ବିଶ୍ୱର ଏକ ପାୱାରଫୁଲ ଦେଶ ରୁଷିଆକୁ କଡା ଟକର ଦେଉଛି ୟୁକ୍ରେନ୍ । ଦବି ଯାଉନି କି ପଛଘୁଞ୍ଚା ଦେଉନି । ଯୁଦ୍ଧ ଚଳାଇଛି । କହିବାକୁ ଗଲେ ପଥର ସହ କାଳର କପାଳର ଚାଲିଛି ଲଢେଇ । ଏହାରି ଭିତରେ ରୁୁଷିଆ ୟୁକ୍ରେନ୍ ଉପରେ ୮୧ଟି କ୍ଷେପଣାସ୍ତ୍ର ମାଡ଼ କରିଛି । ସବୁଗୁଡିକ ଥିଲା ହାଇପରସୋନିକ୍ କ୍ଷେପଣାସ୍ତ୍ର ।

ଯାହା କିଞ୍ଜାଲସ୍ ବା ଡାଗର୍ସ ଭାବେ ଜଣାଶୁଣା । ଏଗୁଡିକର ବେଗ ଶବ୍ଦର ବେଗଠାରୁ ପାଞ୍ଚ ଗୁଣ ଅଧିକ । ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଚିହ୍ନଟ କରିବା ଏବଂ ଗୁଳି କରିବା ଅତ୍ୟନ୍ତ କଷ୍ଟକର । ୟୁକ୍ରେନର ଅତ୍ୟାଧୁନିକ ରାଡାରରେ ଏହି କ୍ଷେପଣାସ୍ତ୍ରଗୁଡ଼ିକ ଲାଗି ନଥିଲା । ମାର୍ଚ୍ଚ ୯ରେ ୟୁକ୍ରେନ ବିରୁଦ୍ଧରେ ସପ୍ତାହକ ମଧ୍ୟରେ ରୁଷିଆ ସର୍ବ ବୃହତ ବିମାନ ଆକ୍ରମଣ କରି ୧୦ ଟି ଅଞ୍ଚଳର ଭିତ୍ତିଭୂମି ଧ୍ୱଂସ କରିଦେଇଛି । ଆବାସିକ ଅଟ୍ଟାଳିକା ଉପରେ ଆକ୍ରମଣ କରିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି। ମସ୍କୋ ଦ୍ୱାରା ଉତକ୍ଷେପଣ କରାଯାଇଥିବା ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ଅଟକାଇାରିନଥିଲା ୟୁକ୍ରେନ ପ୍ରତିରକ୍ଷା ବାହିନୀ । ୟୁକ୍ରେନ ବାୟୁସେନା ମୁଖପାତ୍ର ୟୁରୀ ଇଗନାଟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରୁଷିଆର ଏହା ଏକ ପ୍ରମୁଖ ଆକ୍ରମଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି