Masthead

୨୦୪୬ରେ ପୃଥିବୀରେ ଧକ୍କା ହେବ ଗ୍ରହାଣୁ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୪୬ରେ ପୃଥିବୀରେ ଧକ୍କା ହୋଇପାରେ ଗ୍ରହାଣୁ । ନାସାର ବୈଜ୍ଞାନିକ ମାନେ ଏକ ଗ୍ରହାଣୁ ଆବିଷ୍କାର କରିଛନ୍ତି । ଗ୍ରହାଣୁର ନାଁ ‘୨୦୨୩ ଡିଡବ୍ଲ୍ୟୁ’ । ନାସାର ଆଷ୍ଟରଏଡ୍ ୱାଚ୍ ଅନୁସାରେ, ଏହି ଗ୍ରହାଣୁର ବ୍ୟାସ ପ୍ରାୟ ୪୯.୨୯ ମିଟର । ନାସାର ପ୍ଲାନେଟାରୀ ଡିଫେନ୍ସ କୋଅର୍ଡିନେସନ୍ କାର୍ଯ୍ୟାଳୟ ଅନୁସାରେ, ଆଗାମୀ ୨୩ ବର୍ଷ ଅର୍ଥାତ ୨୦୪୬ ମସିହା ଫେବୃଆରୀ ୧୪ ତାରିଖ ଦିନ ପୃଥିବୀ ସହ ଏହା ଧକ୍କା ହେବାର ଆଶଙ୍କା ରହିଛି । ନାସା ଜେଟ୍ ପ୍ରପଲସନ୍ ଲାବୋରେଟିରୀର ସେଣ୍ଟ୍ରି ସିଷ୍ଟମ ଜରିଆରେ ୟୁରୋପୀୟ ମହାକାଶ ସଂସ୍ଥାର ତଥ୍ୟ ଆଧାରରେ, ଏହି ଗ୍ରହାଣୁ ପୃଥିବୀରେ ଧକ୍କା ହେବାର ଆଶଙ୍କା ୬୨୫ରେ ୧ ।

ଗତ ମାସ ୨୬ ତାରିଖରେ ଏହି ଗ୍ରହାଣୁ ଚିହ୍ନଟ ହୋଇଥିଲା । ପୃଥିବୀଠାରୁ ଏହାର ଦୂରତା ୦.୧୨ ଆଷ୍ଟ୍ରୋନୋମିକାଲ ୟୁନିଟ୍ ଥିଲା । ପଋଥିବୀର କେନ୍ଦ୍ର ଓ ସୂର୍ଯ୍ୟର କେନ୍ଦ୍ର ମଧ୍ୟରେ ଥିବା ହାରାହାରି ଦୂରତା ହେଉଛି ଆଷ୍ଟ୍ରୋନୋମିକାଲ ୟୁନିଟ୍ । ଗ୍ରହାଣୁଟି ପୃଥିବୀଠାରୁ ପ୍ରାୟ ୧୮ ନିୟୁତ କିମି ଦୂରରେ ସେକେଣ୍ଡ ପିଛା ୨୪.୬୪ କିମି ବେଗରେ ଗତି କରୁଛି । ସୂର୍ଯ୍ୟଙ୍କ ଚତୁପାଶ୍ୱରେ ପୂର୍ଣ୍ଣ ପରିକ୍ରମା କରିବାକୁ ଏହାକୁ ୨୭୧ ଦିନ ଲାଗୁଛି । ୨୦୪୭ ଓ ୨୦୫୪ ମସିହା ମଧ୍ୟରେ ଆଉ ୯ଟି ଗ୍ରହାଣୁ ପୃଥିବୀର ନିକଟତର ହେବ ବୋଲି ନାସା କହିଛି । ସେପଟେ ନାସା କହିବା ଅନୁସାରେ, ଏହି ଗ୍ରହାଣୁ ପୃଥିବୀରେ ଧକ୍କା ହେବାର ଆଶଙ୍କା ବହୁତ କମ୍ । ବୈଜ୍ଞାନିକମାନେ ଭବିଷ୍ୟତ ବିଷୟରେ ନିଶ୍ଚିତ ନୁହଁନ୍ତି । ୨୦୨୩ ଡିଡବ୍ଲ୍ୟୁ ଗ୍ରହାଣୁକୁ ୟୁରୋପୀୟ ମହାକାଶ ସଂସ୍ଥା ବିପଦ ତାଲିକାର ଶୀର୍ଷରେ ରଖିଛି । ନାସାର ଜେଟ ପ୍ରପଲସନ୍ ଲାବୋରେଟୋରୀ ଅନୁସାରେ, ଟୋରୋନୋ ସ୍କେଲରେ ଗ୍ରହାଣୁକୁ ବର୍ତ୍ତମାନ ପ୍ରଥମ ସ୍ତରରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ