Masthead

ପିସି ମାଗି ନିଲମ୍ବିତ ଦୁଇ ବନକର୍ମଚାରୀ

ମାଲକାନାଗିରି (ବଡ଼ ଖବର ବ୍ୟୁରୋ): ମୃତ ଆଦିବାସୀ କେନ୍ଦୁ ପତ୍ର ତୋଳାଳିଙ୍କ ଟଙ୍କା ହଡପ ଘଟଣା। ଚାକିରିରୁ ନିଳମ୍ବିତ ହେଲେ ଦୁଇ ବନ କର୍ମଚାରୀ। ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନିଲମ୍ବିତ ଦୁଇ ବନ କର୍ମଚାରୀ ହେଲେ କୁଡୁମୁଲୁଗୁମ୍ମା କେନ୍ଦୁ ପତ୍ର ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ବାଲିମେଳା କେନ୍ଦୁ ପତ୍ର ରେଞ୍ଜର ଦୁର୍ଗା ପ୍ରସାଦ ନାୟକ । ଫରେଷ୍ଟର ଓ ରେଞ୍ଜରଙ୍କୁ ନିଲମ୍ବିତ କରିଛନ୍ତି ଜୟପୁର ବନଖଣ୍ଡ ଅଧିକାରୀ ।

ସୂଚନା ମୁତାବକ ବାଲିମେଳା ବନଖଣ୍ଡ ଅଧିନସ୍ଥ କୁଡୁମୁଲୁଗୁମ୍ମା ପଞ୍ଚାୟତରେ ଗତ ବର୍ଷ ୮ ଜଣ ଆଦିବାସୀ କେନ୍ଦୁପତ୍ର ତୋଳାଳି ମୃତ୍ୟୁବରଣ କରିଥିବାବେଳେ ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ କ୍ଷତି ପୂରଣ ଦେବା ଲାଗି ଦୁଇ ଲକ୍ଷ ଟଙ୍କାର ଆର୍ଥିକ ରାଶି ଘୋଷଣା କରିଥିଲେ ସରକାର । ହେଲେ ପ୍ରତି ପରିବାର ଠାରୁ ୪୦ ହଜାର ଟଙ୍କାର ଲାଞ୍ଚ ନେଇଥିଲେ କେନ୍ଦୁ ପତ୍ର ଫରେଷ୍ଟର ଓ ରେଞ୍ଜର । ଯାହାର ତଦନ୍ତ ପରେ ଜୟପୁର ବନଖଣ୍ଡ ଅଧିକାରୀ ଏହି ପଦକ୍ଷେପ ନେଇଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ