ଘରେ ଭୋଟ ଦେବେ ବରିଷ୍ଠ ନାଗରିକ : ଇସି

ବେଙ୍ଗାଲୁରୁ (ବଡ଼ ଖବର ବ୍ୟୁରୋ): ଏବେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଭୋଟ ଦେବା ହେଲା ସହଜ । ଘରେ ବସି ଭୋଟ ଦେଇପାରିବେ ବୟସ୍କ ବ୍ୟକ୍ତି । ନିର୍ବାଚନ ଆୟୋଗ ଶନିବାର କହିଛନ୍ତି ଯେ ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୮୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଘରେ ବସି ଭୋଟ ଦେବା ଲାଗି ‘ଭୋଟ ଫର୍ମ ହୋମ୍‌’ ସୁବିଧା ଆରମ୍ଭ କରାଯାଇଛି। ଏହା ସହିତ କମିଶନ କହିଛନ୍ତି ଯେ ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସେଠାରେ ପ୍ରାୟ ୧୭ ହଜାର ଭୋଟର ଅଛନ୍ତି, ଯେଉଁମାନଙ୍କର ବୟସ ୧୦୦ ବର୍ଷ ଅତିକ୍ରମ କରିଛି ।

ସେମାନଙ୍କର ସୁବିଧା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ବେଙ୍ଗାଲୁରୁରେ ଏକ ଗଣମାଧ୍ୟମ ସମ୍ମିଳନୀରେ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋୟଲ ଆଗାମୀ କର୍ଣ୍ଣାଟକ ବିଧାନସଭା ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ ୮୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କୁ ଏହି ସୁବିଧା ଯୋଗାଇବାକୁ ଯାଉଛନ୍ତି। ସିଇସି ରାଜୀବ କୁମାର କହିଛନ୍ତି, ଆମ ଦଳ ଫର୍ମ-୧୨ ଡି ସହିତ ଏଭଳି ଭୋଟରଙ୍କ ନିକଟକୁ ଯିବେ।

ତଥାପି ଆମେ ୮୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ଲୋକଙ୍କୁ ଯେଉଁମାନେ ଏହି ସୁବିଧା ନେବାକୂ ଚାହୁଁ ନାହାନ୍ତି ସେମାନଙ୍କୁ ମତଦାନ ବୁଥକୁ ଆସିବାକୁ ଉତ୍ସାହିତ କରିବୁ। ଏହି ପରିପ୍ରେକ୍ଷୀରେ ଗୋପନୀୟତା ବଜାୟ ରହିବ ଏବଂ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ରାଜୀବ କୁମାର କହିଛନ୍ତି। ସେ କହିଛନ୍ତି ଯେ ଦିବ୍ୟାଙ୍ଗଙ୍କ ପାଇଁ ଏକ ମୋବାଇଲ ଆପ୍ଲିକେଶନ ‘ସକ୍ଷମ’ ଲଞ୍ଚ କରାଯାଇଛି ଯେଉଁଥିରେ ସେମାନେ ଲଗଇନ କରିପାରିବେ ଏବଂ ଭୋଟ ଦେବାର ସୁବିଧା ଚୟନ କରିପାରିବେ। କୁମାର କହିଛନ୍ତି ଯେ ଅନ୍ୟ ଏକ ମୋବାଇଲ ଆପ୍ଲିକେସନ ‘ସୁବିଧା’ ବିକଶିତ ହୋଇଛି, ଯାହା ପ୍ରାର୍ଥୀଙ୍କ ନାମାଙ୍କନ ଏବଂ ଆଫିଡେଭିଟ ଦାଖଲ ପାଇଁ ଏକ ଅନଲାଇନ ପୋର୍ଟାଲ ଅଟେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’