Masthead

ଘରେ ଭୋଟ ଦେବେ ବରିଷ୍ଠ ନାଗରିକ : ଇସି

ବେଙ୍ଗାଲୁରୁ (ବଡ଼ ଖବର ବ୍ୟୁରୋ): ଏବେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଭୋଟ ଦେବା ହେଲା ସହଜ । ଘରେ ବସି ଭୋଟ ଦେଇପାରିବେ ବୟସ୍କ ବ୍ୟକ୍ତି । ନିର୍ବାଚନ ଆୟୋଗ ଶନିବାର କହିଛନ୍ତି ଯେ ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୮୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଘରେ ବସି ଭୋଟ ଦେବା ଲାଗି ‘ଭୋଟ ଫର୍ମ ହୋମ୍‌’ ସୁବିଧା ଆରମ୍ଭ କରାଯାଇଛି। ଏହା ସହିତ କମିଶନ କହିଛନ୍ତି ଯେ ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସେଠାରେ ପ୍ରାୟ ୧୭ ହଜାର ଭୋଟର ଅଛନ୍ତି, ଯେଉଁମାନଙ୍କର ବୟସ ୧୦୦ ବର୍ଷ ଅତିକ୍ରମ କରିଛି ।

ସେମାନଙ୍କର ସୁବିଧା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ବେଙ୍ଗାଲୁରୁରେ ଏକ ଗଣମାଧ୍ୟମ ସମ୍ମିଳନୀରେ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋୟଲ ଆଗାମୀ କର୍ଣ୍ଣାଟକ ବିଧାନସଭା ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ ୮୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କୁ ଏହି ସୁବିଧା ଯୋଗାଇବାକୁ ଯାଉଛନ୍ତି। ସିଇସି ରାଜୀବ କୁମାର କହିଛନ୍ତି, ଆମ ଦଳ ଫର୍ମ-୧୨ ଡି ସହିତ ଏଭଳି ଭୋଟରଙ୍କ ନିକଟକୁ ଯିବେ।

ତଥାପି ଆମେ ୮୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ଲୋକଙ୍କୁ ଯେଉଁମାନେ ଏହି ସୁବିଧା ନେବାକୂ ଚାହୁଁ ନାହାନ୍ତି ସେମାନଙ୍କୁ ମତଦାନ ବୁଥକୁ ଆସିବାକୁ ଉତ୍ସାହିତ କରିବୁ। ଏହି ପରିପ୍ରେକ୍ଷୀରେ ଗୋପନୀୟତା ବଜାୟ ରହିବ ଏବଂ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ବୋଲି ରାଜୀବ କୁମାର କହିଛନ୍ତି। ସେ କହିଛନ୍ତି ଯେ ଦିବ୍ୟାଙ୍ଗଙ୍କ ପାଇଁ ଏକ ମୋବାଇଲ ଆପ୍ଲିକେଶନ ‘ସକ୍ଷମ’ ଲଞ୍ଚ କରାଯାଇଛି ଯେଉଁଥିରେ ସେମାନେ ଲଗଇନ କରିପାରିବେ ଏବଂ ଭୋଟ ଦେବାର ସୁବିଧା ଚୟନ କରିପାରିବେ। କୁମାର କହିଛନ୍ତି ଯେ ଅନ୍ୟ ଏକ ମୋବାଇଲ ଆପ୍ଲିକେସନ ‘ସୁବିଧା’ ବିକଶିତ ହୋଇଛି, ଯାହା ପ୍ରାର୍ଥୀଙ୍କ ନାମାଙ୍କନ ଏବଂ ଆଫିଡେଭିଟ ଦାଖଲ ପାଇଁ ଏକ ଅନଲାଇନ ପୋର୍ଟାଲ ଅଟେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି