Masthead

ଚିରଞ୍ଜୀବଙ୍କ ଘରେ ବିଜୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚର୍ଚ୍ଚା ହେଉଥିଲା ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏମିତିକି ସେ ଦଳ ଛାଡ଼ିପାରନ୍ତି । ଏହାରି ଭିତରେ ଚିରଞ୍ଜୀବଙ୍କୁ ମନାଇବା ପାଇଁ ଦଳୀୟ ନେତା ବିଜୟ ପଟ୍ଟନାୟକ ତାଙ୍କ ଘରକୁ ଯାଇଛନ୍ତି । ଚିରଞ୍ଜୀବ ବିଶ୍ୱାଳଙ୍କୁ ଭେଟିଛନ୍ତି ବିଜୟ ପଟ୍ଟନାୟକ । ଆଗାମୀ ରଣନୀତି ସମ୍ପର୍କରେ ଦୁଇ ନେତାଙ୍କ ମଧ୍ୟରେ ହୋଇଛି ଆଲୋଚନା । ଚିରଞ୍ଜୀବ କହିଛନ୍ତି, ମୁଁ କଂଗ୍ରେସରେ ଅଛି । କଂଗ୍ରେସ ଭବନରେ ବସିଲେ ଭୋଟ୍ ମିଳିବନି ।

୨୪ ନିର୍ବାଚନ ପାଇଁ ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରିବାକୁ ପଡ଼ିବ । ବିଭିନ୍ନ ନେତାଙ୍କୁ ଭେଟୁଛି । ଚିରଞ୍ଜୀବ ବାବୁଙ୍କ ପାଖକୁ ଆସିଥିଲି । ଭାବୁନି ଚିରଞ୍ଜୀବ ବାବୁଙ୍କ କଂଗ୍ରେସ ପ୍ରତି ମନ ଉଣା ଅଛି ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଛନ୍ତି । ବିଜୟ ପଟ୍ଟନାୟକ ଜଣେ ଭଲ ଲୋକ । ସେ ସମସ୍ତଙ୍କ ପାଖକୁ ଯାଉଛନ୍ତି । କଂଗ୍ରେସ ନେତାମାନଙ୍କୁ ଏକ୍ କରିବା ପାଇଁ ସେ ସମସ୍ତଙ୍କ ପାଖକୁ ଯାଉଛନ୍ତି । ଚିରଞ୍ଜୀବ ବିଶ୍ୱାଳଙ୍କ ପାଖକୁ ବି ଯାଇଥିଲେ । ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଚିରଞ୍ଜୀବ ବିଶ୍ୱାଳଙ୍କର କଣ ହୋଇଛି କି ତାଙ୍କୁ ମନେଇବାକୁ ବିଜୟ ପଟ୍ଟନାୟକ ଯିବେ । ଜାତୀୟଦଳ କଂଗ୍ରେସର ସ୍ଥିତି ବଜାୟ ରଖିବା ପାଇଁ ଚଳାଇଛି ସଂଗ୍ରାମ । ୨୦୨୪ରେ ଦଳ ଅଧିକ ଆସନ ପାଇବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ବିଜୟ ପଟ୍ଟନାୟକ ଅମାନିଆଙ୍କୁ ମନାଇ ଚାଲିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି