Masthead

ଚିରଞ୍ଜୀବଙ୍କ ଘରେ ବିଜୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚର୍ଚ୍ଚା ହେଉଥିଲା ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏମିତିକି ସେ ଦଳ ଛାଡ଼ିପାରନ୍ତି । ଏହାରି ଭିତରେ ଚିରଞ୍ଜୀବଙ୍କୁ ମନାଇବା ପାଇଁ ଦଳୀୟ ନେତା ବିଜୟ ପଟ୍ଟନାୟକ ତାଙ୍କ ଘରକୁ ଯାଇଛନ୍ତି । ଚିରଞ୍ଜୀବ ବିଶ୍ୱାଳଙ୍କୁ ଭେଟିଛନ୍ତି ବିଜୟ ପଟ୍ଟନାୟକ । ଆଗାମୀ ରଣନୀତି ସମ୍ପର୍କରେ ଦୁଇ ନେତାଙ୍କ ମଧ୍ୟରେ ହୋଇଛି ଆଲୋଚନା । ଚିରଞ୍ଜୀବ କହିଛନ୍ତି, ମୁଁ କଂଗ୍ରେସରେ ଅଛି । କଂଗ୍ରେସ ଭବନରେ ବସିଲେ ଭୋଟ୍ ମିଳିବନି ।

୨୪ ନିର୍ବାଚନ ପାଇଁ ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରିବାକୁ ପଡ଼ିବ । ବିଭିନ୍ନ ନେତାଙ୍କୁ ଭେଟୁଛି । ଚିରଞ୍ଜୀବ ବାବୁଙ୍କ ପାଖକୁ ଆସିଥିଲି । ଭାବୁନି ଚିରଞ୍ଜୀବ ବାବୁଙ୍କ କଂଗ୍ରେସ ପ୍ରତି ମନ ଉଣା ଅଛି ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଛନ୍ତି । ବିଜୟ ପଟ୍ଟନାୟକ ଜଣେ ଭଲ ଲୋକ । ସେ ସମସ୍ତଙ୍କ ପାଖକୁ ଯାଉଛନ୍ତି । କଂଗ୍ରେସ ନେତାମାନଙ୍କୁ ଏକ୍ କରିବା ପାଇଁ ସେ ସମସ୍ତଙ୍କ ପାଖକୁ ଯାଉଛନ୍ତି । ଚିରଞ୍ଜୀବ ବିଶ୍ୱାଳଙ୍କ ପାଖକୁ ବି ଯାଇଥିଲେ । ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଚିରଞ୍ଜୀବ ବିଶ୍ୱାଳଙ୍କର କଣ ହୋଇଛି କି ତାଙ୍କୁ ମନେଇବାକୁ ବିଜୟ ପଟ୍ଟନାୟକ ଯିବେ । ଜାତୀୟଦଳ କଂଗ୍ରେସର ସ୍ଥିତି ବଜାୟ ରଖିବା ପାଇଁ ଚଳାଇଛି ସଂଗ୍ରାମ । ୨୦୨୪ରେ ଦଳ ଅଧିକ ଆସନ ପାଇବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ବିଜୟ ପଟ୍ଟନାୟକ ଅମାନିଆଙ୍କୁ ମନାଇ ଚାଲିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା