Masthead

ମତେ ଷଡ଼ଯନ୍ତ୍ର କରି ହରାଇ ଦିଆଯାଇଛି : ଉପେନ୍ଦ୍ର କୁଶୱାହା

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ);ମୁଁ ପରାଜିତ ହୋଇଛି ନା ମତେ ଷଡ଼ଯନ୍ତ୍ର କରି ହରାଇ ଦିଆଯାଇଛି ତାହା ସମସ୍ତେ ଜାଣନ୍ତି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଉପେନ୍ଦ୍ର କୁଶୱାହା । ପାଟନା ଉତ୍ତରପ୍ରଦେଶ ଏବଂ ହରିୟାଣା ପରେ ଏବେ ବିହାରରେ ଏନଡିଏରେ ଆଭ୍ୟନ୍ତରୀଣ ମତଭେଦ ସାମ୍ନାକୁ ଆସିଛି । ରାଜ୍ୟରେ ଏନଡିଏ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି । କାରାକାଟ ଆସନରେ ପରାଜୟ ନେଇ ଉପେନ୍ଦ୍ର କୁଶୱାହା ତାଙ୍କ ପ୍ରତି ବିଶ୍ୱାସଘାତକତା ହୋଇଥିବା ବିଷୟରେ ସୂଚନା ଦେଇଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ଉପେନ୍ଦ୍ର କୁଶୱାହା କହିଛନ୍ତି, ଭୁଲ୍ ହୋଇଛି ନା ଜାଣିଶୁଣି ଭୁଲ କରାଯାଇଛି ତାହା ସମସ୍ତେ ଜାଣନ୍ତି। ଏ ସମ୍ପର୍କରେ ଆମକୁ ଖୋଲାଖୋଲି ଭାବେ କହିବାର ଆବଶ୍ୟକତା ନାହିଁ। ସମସ୍ତେ ଜାଣନ୍ତି ପୱନ ସିଂ ଫ୍ୟାକ୍ଟର୍ ସୃଷ୍ଟି ହୋଇଛି କି ସମସ୍ତଙ୍କ ଜାଣତରେ ସୃଷ୍ଟି ହୋଇଛି, ଆମର କହିବାର କିଛି ନାହିଁ। ସମସ୍ତେ ସବୁକିଛି ଜାଣନ୍ତି ବର୍ତ୍ତମାନ ଏ ବିଷୟରେ କାହା ସହିତ କଥାବାର୍ତ୍ତା କରିବାର ଆବଶ୍ୟକତା କ’ଣ ରହିଛି ? ଆଜିକାଲି ସୋସିଆଲ ମିଡିଆର ଯୁଗ, ତେଣୁ ଏସମ୍ପର୍କରେ କିଛି କହିବାର ଆବଶ୍ୟକତା ଅଛି କି? ଯେତେବେଳେ ତାଙ୍କୁ ପଚରାଗଲା ଯେ ଉପେନ୍ଦ୍ର କୁଶୱାହା ବିଶ୍ବାସଘାତର ଶିକାର ହୋଇଥିଲେ କି? ଏହାର ଉତ୍ତରରେ ସେ କହିଛନ୍ତି, ‘କ’ଣ ହୋଇଛି, କ’ଣ ହୋଇନାହିଁ, ଆମେ ଆଗରୁ କହୁଛୁ ଯେ ତାହା ସମସ୍ତେ ଜାଣନ୍ତି। ଆମକୁ କହିବାର କୌଣସି ଆବଶ୍ୟକତା ଅଛି କି?

ଲୋକସଭା ନିର୍ବାଚନରେ ବିହାରର କାରାକାଟ ଆସନ ହଟ୍ ସିଟ୍‌ରେ ପରିଣତ ହୋଇଥିଲା। ଏଠାରେ ଭୋଜପୁରୀ ତାରକା ପୱନ ସିଂ ଏନଡିଏ ମେଣ୍ଟର ସହଯୋଗୀ ପ୍ରାର୍ଥୀ ଉପେନ୍ଦ୍ର କୁଶୱାଙ୍କ ବିରୋଧରେ ଲଢୁଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି