ନ୍ୟୁଜିଲାଣ୍ଡରେ ଭୂକମ୍ପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନ୍ୟୁଜିଲାଣ୍ଡରେ ଭୂକମ୍ପ । ଥରିଲା କେରମାଡେକ୍ ଦ୍ୱୀପ । ରିକ୍ଟର ସ୍କେଲରେ ତୀବ୍ରତା ୭.୧ ରେକର୍ଡ କରାଯାଇଛି । ଭୂକମ୍ପ ପରେ ଭୟଭୀତ ସ୍ଥାନୀୟ ଲୋକେ । ୟୁଏସ୍ ଭୂତତ୍ୱ ସର୍ବେକ୍ଷଣ ସଂସ୍ଥା ବିଭାଗ ଅନୁଯାୟୀ, ଗୁରୁବାର ସକାଳୁ ନ୍ୟୁଜିଲାଣ୍ଡର କେରମାଡେକ୍ ଦ୍ବୀପ ଭୂମିକମ୍ପ ଅନୁଭୂତ ହୋଇଛି ।ଏହାର ତୀବ୍ରତା ୭.୧ ରହିଥିବା ବେଳେ କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ରହିଛି ।

ଏହି ଶକ୍ତିଶାଳୀ ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ଭୂମିକମ୍ପ ଅନୁଭୂତ ପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ ସତର୍କତା ଜାରି କରାଯାଇଛି । କେରମାଡେକ୍ ଦ୍ୱୀପର ୩୦୦ କିଲୋମିଟର ପରିସୀମା ମଧ୍ୟରେ ସୁନାମୀ ଆଲର୍ଟ ଜାରି କରିଛି ସ୍ଥାନୀୟ ପ୍ରଶାସନ । ଭୂତତ୍ୱ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ନ୍ୟୁଜିଲାଣ୍ଡ ପ୍ରଶାନ୍ତ ମହାସାଗର ପ୍ଲେଟ୍ ଓ ଅଷ୍ଟ୍ରେଲିଆନ୍ ପ୍ଲେଟର ସୀମାବର୍ତ୍ତୀ ଅଞ୍ଚଳ ତଥା ରିଙ୍ଗ ଅଫ୍ ଫାୟାର ଜୋନରେ ରହିଥିବାରୁ ଏଠାରେ ପ୍ରତିବର୍ଷ ପ୍ରାୟ ଏକ ହଜାରରୁ ଅଧିକ ଥର ଭୂମିକମ୍ପ ଅନୁଭୂତ ହୋଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ