Masthead

ବଂଶଧାରା ଆଁରେ ଲୀନ ହେବ ଗାଁ

ଗୁଣପୁର (ବଡ଼ ଖବର ବ୍ୟୁରୋ): କୂଳ ଲଙ୍ଘୁଛି ବଂଶଧାରା ନଦୀ । ଦୁଇ ଭାଗର ଗାଁ ସାଙ୍ଗକୁ ଚାଷଜମି ଧୀରେ ଧୀରେ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି । ନଦୀର ଦୁଇପାଖରେ ଥିବା ଲୋକମାନେ ଆଶା ଆଶଙ୍କାରେ ଜୀବନ ସହ ଅତିବାହିତ କରୁଛନ୍ତି । ଗୁଡ଼ାରିଠାରୁ ଆରମ୍ଭ କରି ଗଜପତି ସୀମାନ୍ତର ପ୍ରାୟ ୫୦ ଖଣ୍ଡ ଗାଁର ଲୋକେ ଏବେ ଆତଙ୍କିତ । ବର୍ଷାଦିନ ଆସିଲେ ବଂଶଧାରା ଅଵବାହିକାରେ ଥିବା ଗୁଡାରି, ସାନହୁମା,ବେଣ୍ଟୁଗୁଡା, ନାଇରା କରେଇଗୁଡା, ଖାଲ ଗୁମୁଡ଼ା ଲିମାପଦର, ଭାମିନି, ସେରମା,ଡେରିଗାଁ,କର୍ଣ୍ଣପାଡୁ,ଗୁଣପୁ. ଗାଡ଼ିଆଖଳା ଆଦି ଗ୍ରାମର ଲୋକଙ୍କ ମନରେ ଛନକା ପଶିଯାଉଛି ।

ପ୍ରତିବର୍ଷ ଏହି ନଦୀରେ ବନ୍ୟାଜଳ ଆସି ଶହ ଶହ ଏକର ଚାଷଜମି ନଷ୍ଟ ହେବା ସହ ଫସଲ ଉଜୁଡି ଯାଉଛି । ମାଟି ଅତଡ଼ା ଖସି ଅନେକ ଚାଷଜମି ନଦୀ ଗର୍ଭରେ ଲୀନ ହେଲାଣି । ପ୍ରଭାବିତ ହେବାରେ ଲାଗିଛି ଲୋକଙ୍କ ଜୀବନ ଜୀବିକା । ସ୍ଥାୟୀ ପ୍ରତିକାର ସ୍ୱରୂପ ବଂଶଧାରାରେ ଆଡ଼ିବନ୍ଧ ନିର୍ମାଣ ପାଇଁ ଦାବି ଜୋର ଧରିଛି । ଅନେକ ଥର ସ୍ଥାନୀୟ ପ୍ରଶାସନଠୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ଯାଏ ସ୍ମାରକପତ୍ର ଦିଆଯାଇଛି । ମାତ୍ର ମିଳୁଛି େବେବଳ ପ୍ରତିଶ୍ରୁତି । କେବଳ ପ୍ରତିଶୃତି ମିଳିବା ଛଡା ଆଉ କିଛି ସୁଫଳ ମିଳିନାହିଁ । ତୁରନ୍ତ ଆଡ଼ିବନ୍ଧ ନିର୍ମାଣ ନହେଲେ ଲିମାପଦର ଭଳି ବହୁ ଗାଁ ବଂଶଧାରାର ଆଁରେ ଲୀନ ହୋଇଯିବ । ଭୁଗୋଳରୂ ଉଭେଇ ଯିବ ରହିବ କେବଳ ଇତିହାସରେ । ରାଜ୍ୟ ସରକାର କେବେ ବଂଶଧାରା ତଟବାସୀଙ୍କ ଦୁଃଖ ଶୁଣିବେ ଆଉ ଆଡ଼ିବନ୍ଧ ନିର୍ମାଣ ଏବେ ଦେଖିବାର କଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି