Masthead

ପୁଣି ବିବାଦରେ କଙ୍ଗନା

ମୁମ୍ବାଇ,(ବଡ଼ ଖବର ବ୍ୟୁରୋ); ବିବାଦ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପିଚ୍ଛା ଛାଡୁନି । ମୁମ୍ବାଇକୁ ପାକ୍ ଅଧିକୃତ କାଶ୍ମୀର ବୋଲି ଟ୍ୱିଟ୍ କରି ଶିବସେନାର ଚକ୍ଷୁଶୂଳ ହୋଇଥିଲେ । ଏବେ କୃଷି ବିଲ ସମ୍ପର୍କରେ ଟୁଇଟ କରିବା ତାଙ୍କୁ ମହଙ୍ଗା ପଡ଼ିଛି । କଙ୍ଗନାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ କର୍ଣ୍ଣାଟକ ଟୁମକୁର ଜିଲ୍ଲା ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୃଷିବିଲକୁ ନେଇ କଙ୍ଗନା ସେପ୍ଟେମ୍ବର ୨୧ତାରିଖରେ ଏକ ଟୁଇଟ କରିଥିଲେ । ଯେଉଁଥିରେ ଲେଖିଥିଲେ କି “ଯେଉଁମାନେ ସିଏଏକୁ ବିରୋଧ କରି ଦେଶରେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିଲେ । ଏବେ ସେମାନେ ହିଁ କୃଷିବିଲକୁ ନେଇ ଦେଶରେ ମିଥ୍ୟା ତଥ୍ୟ ପ୍ରଚାର କରୁଛନ୍ତି । ଏମାନଙ୍କ ପାଇଁ ଦେଶରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହେଉଛି । ଏମାନଙ୍କୁ ଆତଙ୍କବାଦୀ ବୋଲି କହି ଆକ୍ଷେପ କରିଥିଲେ କଙ୍ଗନା । ଯାହାକୁ ନେଇ କର୍ଣ୍ଣାଟକର ଜଣେ ଆଇନଜିବୀ ରାମେଶ ନାଇକ୍ ଲିଖିତ ଅଭିଯୋଗ କରିବା ପରେ କ୍ୟଥାସାନ୍ଦ୍ରା ଥାନା ଅଧିକାରୀଙ୍କୁ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜେଏମଏଫସି କୋର୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ