Masthead

ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

ରାଇଘର(ବଡ଼ ଖବର ବ୍ୟୁରୋ):ସରକାରୀ ଯୋଜନାର ଫାଇଦା ଯୋଗ୍ୟ ହିତାଧିକାରୀ ଉଠାଇ ପାରୁନାହାନ୍ତି । ସେମାନେ ବାରମ୍ବାର ଦାବିପତ୍ର ଦେଲେ ମଧ୍ୟ ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ଗୁରୁତ୍ୱ ଦେଉ ନଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କସକଙ୍ଗା ପଂଚାୟତର ୯ ଓ ୧୦ ନମ୍ବର ୱାର୍ଡକୁ ନେଇ ଜଡ଼ାପାରା ଗାଁ । ଏହି ଗାଁର ସୁକୁବତୀ ଗଣ୍ଡଙ୍କ ବୟସ ୬୫ ବର୍ଷ । ଆଜି ପର୍ଯ୍ୟନ୍ତ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିପାରି ନାହିଁ । ସେ ବାରମ୍ବାର ପଂଚାୟତ ଓ ବ୍ଲକ ଅଫିସରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଫଳ ଶୂନ ।

ସେହିଭଳି ୬୩ ବର୍ଷ ବୟସ୍କ କୌଶଲ୍ୟା ଗଣ୍ଡ, ୬୧ ବର୍ଷ ବୟସ୍କ ମୋତି ଗଣ୍ଡ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚôତ । ସମାନ ଦଶା ଭୋଗୁଛନ୍ତି ଜୟବତୀ ଗଣ୍ଡ, ମନକାଇ ଗଣ୍ଡଙ୍କ ପରି ଆଉ କିଛି ବିଧବା । ସେହିପରି ଭୋଟର କାର୍ଡ ଆନୁଯାୟୀ ବାମନ ଗଣ୍ଡଙ୍କ ବୟସ ୬୯ ବର୍ଷ ହୋଇଥିବା ବେଳେ ଆଧାରକାର୍ଡରେ ୪୯ ବର୍ଷ ରହିଛି । ଆଧାର କାର୍ଡର ଭୁଲ୍ ଯୋଗୁଁ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିପାରି ନାହିଁ । ୱାର୍ଡ ମେମ୍ବର ଓ ବିଡିଓ କହିଛନ୍ତି ଅଭିଯୋଗର ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଚଷ୍ଠାନ ଗ୍ରହଣ କରାଯିବ । ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଭତ୍ତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ