Masthead

ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

ରାଇଘର(ବଡ଼ ଖବର ବ୍ୟୁରୋ):ସରକାରୀ ଯୋଜନାର ଫାଇଦା ଯୋଗ୍ୟ ହିତାଧିକାରୀ ଉଠାଇ ପାରୁନାହାନ୍ତି । ସେମାନେ ବାରମ୍ବାର ଦାବିପତ୍ର ଦେଲେ ମଧ୍ୟ ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ଗୁରୁତ୍ୱ ଦେଉ ନଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କସକଙ୍ଗା ପଂଚାୟତର ୯ ଓ ୧୦ ନମ୍ବର ୱାର୍ଡକୁ ନେଇ ଜଡ଼ାପାରା ଗାଁ । ଏହି ଗାଁର ସୁକୁବତୀ ଗଣ୍ଡଙ୍କ ବୟସ ୬୫ ବର୍ଷ । ଆଜି ପର୍ଯ୍ୟନ୍ତ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିପାରି ନାହିଁ । ସେ ବାରମ୍ବାର ପଂଚାୟତ ଓ ବ୍ଲକ ଅଫିସରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଫଳ ଶୂନ ।

ସେହିଭଳି ୬୩ ବର୍ଷ ବୟସ୍କ କୌଶଲ୍ୟା ଗଣ୍ଡ, ୬୧ ବର୍ଷ ବୟସ୍କ ମୋତି ଗଣ୍ଡ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚôତ । ସମାନ ଦଶା ଭୋଗୁଛନ୍ତି ଜୟବତୀ ଗଣ୍ଡ, ମନକାଇ ଗଣ୍ଡଙ୍କ ପରି ଆଉ କିଛି ବିଧବା । ସେହିପରି ଭୋଟର କାର୍ଡ ଆନୁଯାୟୀ ବାମନ ଗଣ୍ଡଙ୍କ ବୟସ ୬୯ ବର୍ଷ ହୋଇଥିବା ବେଳେ ଆଧାରକାର୍ଡରେ ୪୯ ବର୍ଷ ରହିଛି । ଆଧାର କାର୍ଡର ଭୁଲ୍ ଯୋଗୁଁ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିପାରି ନାହିଁ । ୱାର୍ଡ ମେମ୍ବର ଓ ବିଡିଓ କହିଛନ୍ତି ଅଭିଯୋଗର ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଚଷ୍ଠାନ ଗ୍ରହଣ କରାଯିବ । ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଭତ୍ତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି