Masthead

ମହୁଲ ଗୋଟାଳି ହନ୍ତସନ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୀବନ ଜୀବିକା ସାଜିଥିବା ମହୁଲ ଫୁଲର ମୂଲ୍ୟ କମ ଓ ବଜାର ବ୍ୟବସ୍ଥା ନ ଥିବାରୁ ଶୋଷିତ ମହୁଲ ଗୋଟାଳି ବସନ୍ତର ଆଗମନରେ ସଜେଇ ହୁଏ ପ୍ରକୃତି ରାଣୀ । ଏହାରି ଭିତରେ ମହୁଲଫୁଲର ବାସ୍ନାରେ ମତୁଆଲା ହୁଏ ମନ । ଜୀବନ ଜୀବିକାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ମହୁଲଫୁଲ ଗୋଟାଳି ଏବେ ହନ୍ତସନ୍ତ । ଆଦିବାସୀଙ୍କ ଜୀବନ ଓ ଜୀବିକାର ରାହା ମହୁଲଫୁଲ । ମାତ୍ର ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଶୋଷିତ ହୁଅନ୍ତି ମହୁଲ ଗୋଟାଳି । କମ ଦରରେ ମହୁଲ କିଣି ମାଲେମାଲ ହୁଏ ଦଲାଲ ।

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା, ତୁରେକେଲା, ମୁରିବାହାଲ ବ୍ଳକର ଶହ ଶହ ପରିବାର ମହୁଲ ଗୋଟାଇ ଜୀବିକା ନିର୍ବାହ କରନ୍ତି । ବଜାର ବ୍ୟବସ୍ଥା ନଥିବାରୁ ବହୁ କଷ୍ଟରେ ସଂଗ୍ରହ କରିଥିବା ମହୁଲକୁ କେଜି ପ୍ରତି ୧୦ ରୁ ୧୫ ଟଙ୍କାରେ ବିକିଥାନ୍ତି । ମହୁଲକୁ ମଣ୍ଡି ମାଧ୍ୟମରେ କିଣାଗଲେ ଶୋଷଣରୁ ବଞ୍ଚିତ ହୁଅନ୍ତେ ଅନେକ ମହୁଲ ଗୋଟାଳି। ଧୀରେ ଧୀରେ ମହୁଲ ସଂଗ୍ରହକାରୀଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଆନୁସଙ୍ଗିକ ସୁବିଧା ଓ ପ୍ରୋତ୍ସାହନ ଦିଆଗଲେ ମହୁଲଫୁଲ ଅନେକଙ୍କ ବଞ୍ଚôବାର ରାହା ହୋଇପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ