Masthead

‘ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାର ଯାଇଥିଲି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ପଞ୍ଚଭୂତରେ ଲୀନହୋଇ ସାରିଲେଣି । ସ୍ୱର୍ଗଦ୍ୱାରରେ ଜଳିଥିଲା ତାଙ୍କ ଚିତା । ସେତେବେଳେ ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀ ଓ ବିଧାୟକ କୋଭିଡ୍ ନିୟମ ଉଲଘଂନ କରିଥିବା ଅଭିଯୋଗ ଉଠିଥିଲା । ଖାଲି ଏହି ୨ ନେତା ନୁହନ୍ତି ସେଠାରେ ଉପସ୍ଥିତ ଥିବା ଅନ୍ୟମାନ ମଧ୍ୟ କୋଭିଡ୍ ନିୟମ ଉଲଘଂନ କରିଥିଲେ । ଏମାନଙ୍କ ମଧ୍ୟରୁ ସତ୍ୟବାଦୀର ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ମୁହଁ ଖୋଲିଛନ୍ତି । ସେ କ୍ଷମା ମାଗିଛନ୍ତି । ସେ କରିଥିବା ଭୁଲ ପାଇଁ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗିଛନ୍ତି । ଆଇନତଃ ତାଙ୍କ ପ୍ରତି ଯେଉଁ ପଦକ୍ଷେପ ଗ୍ରହଣ କରାଯିବ ସେ ମୁଣ୍ଡପାତି ମାନିନେବେ ବୋଲି ସ୍ପଷ୍ଟ କରିଛନ୍ତି । ଆଇନ୍ ଉଦ୍ଧ୍ୱର୍ରେ କେହି ନୁହଁନ୍ତି ବୋଲି ବିଧାୟକ ସାମନ୍ତରାୟ କହିଛନ୍ତି । କରୋନାରେ ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ଯିବା ତାଙ୍କ ପାଇଁ ସମ୍ପୂର୍ଣ୍ଣ ଭୁଲ୍ ଥିଲା । ମହାରଥୀଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାର ଯାଇଥିଲେ ବୋଲି ସେ କହିଛନ୍ତି ।

କୋଭିଡରେ ସଂକ୍ରମିତ ହୋଇ ବିଧାୟକ ସାମନ୍ତରାୟ ଓ ମନ୍ତ୍ରୀ ସମୀରରଞ୍ଜନ ଦାସ ମହାରଥୀଙ୍କ ଶେଷକୃତ୍ୟ ବେଳେ ସ୍ୱର୍ଗଦ୍ୱାରରେ ଉପସ୍ଥିତ ଥିଲେ । କରୋନା ନିୟମ ଉଲଘଂନ କରିଥିବା ଅଭିଯୋଗରେ ଏହି ଦୁଇ ନେତାଙ୍କ ବିରୋଧରେ ପୁରୀ ସମୁଦ୍ରକୂଳ ଥାନାରେ ଏଫଆଇଆର ରୁଜୁ ହୋଇଥିଲା । ଜଗନ୍ନାଥ ସେନା ପକ୍ଷରୁ ଏଫଆଇଆର ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ