Masthead

ସିଜେଆଇଙ୍କୁ ଟ୍ରୋଲ୍, କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରି ଟ୍ରୋଲ । ଏହା ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଦାବିରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ବିରୋଧୀ ଦଳର ୧୩ ନେତା । ରାଜ୍ୟ ସଭାର କଂଗ୍ରେସ ସଦସ୍ୟ ବିବେକ କେ. ତାଙ୍ଖାଙ୍କ ନେତୃତ୍ୱରେ ଲେଖାଯାଇଥିବା ଉକ୍ତ ପତ୍ରରେ ଦଳର ଦିଗ୍‌ବିଜୟ ସିଂ, ଶକ୍ତିସିଂ ଗୋହିଲ, ପ୍ରମୋଦ ତିୱାରୀ, ଆମି ୟାଗ୍ନିକ, ରଞ୍ଜିତ ରଞ୍ଜନ, ଇମ୍ରାନ ପ୍ରତାପଗର୍ହିଙ୍କ ସମେତ ଆପର ରାଘବ ଚଢ଼ା, ଶିବସେନା (ୟୁବିଟି) ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ ଏବଂ ସମାଜବାଦୀ ପାର୍ଟିର ଜୟା ବଚ୍ଚନ ଓ ରାମଗୋପାଳ ଯାଦବ ସ୍ୱାକ୍ଷର କରିଛନ୍ତି।

ଏହି ପ୍ରସଙ୍ଗରେ ତାଙ୍ଖା ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣୀଙ୍କ ପାଖକୁ ମଧ୍ୟ ଅନ୍ୟ ଏକ ପତ୍ର ଲେଖିଛନ୍ତି। ଚିଠିରେ ବିରୋଧୀ ଦର୍ଶାଇଛନ୍ତି ଯେ, ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ସମ୍ପ୍ରତି ମହାରାଷ୍ଟ୍ରରେ ସରକାର ଗଠନ ଏବଂ ରାଜ୍ୟପାଳଙ୍କ ଭୂମିକା ସମ୍ପର୍କୀତ ମାମଲାରେ ଶୁଣାଣି କରୁଛନ୍ତି । ଏହି ସମୟରେ ମହାରାଷ୍ଟ୍ରରେ କ୍ଷମତାସୀନ ଦଳ ପ୍ରତି ସିଜେଆଇଙ୍କ ଆଭିମୁଖ୍ୟକୁ ନେଇ ସୋସିଆଲ ମିଡିଆରେ ହେଟର୍ସ ବର୍ଗ ସିଜେଆଇଙ୍କୁ ଆପମାନ ସୂଚକ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..