Masthead

ଋଷ ବିରୋଧରେ ଲଢ଼ିବ ମିଗ୍-୨୯

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଋଷ ବିରୋଧରେ ଲଢ଼ିବ ଋଷ ବିମାନ । ସୋଭିଏତ୍ ଋଷ ଦ୍ୱାରା ନିର୍ମିତ ମିଗ୍-୨୯ ବିମାନ ଋଷ ବିରୋଧରେ ଲଢେଇ କରିବ । ୟୁକ୍ରେନକୁ ଯୁଦ୍ଧ ସହାୟତା ଘୋଷଣା କରିଛି ପୋଲାଣ୍ଡ । ଋଷ-ୟୁକ୍ରେନ ଯୁଦ୍ଧ ବର୍ଷେ ହେବ ଲାଗି ରହିଛି । ଆଉ ଏବେ ଋଷ ବିରୋଧରେ ଆକାଶରେ ଲଢ଼େଇ କରିବ ମିଗ୍ -୨୯ ବିମାନ । ପୋଲାଣ୍ଡ ୟୁକ୍ରେନକୁ ମିଗ-୨୯ ଯୁଦ୍ଧ ବିମାନ ଯୋଗାଇବ ବୋଲି ଘୋଷଣା କରିଛି । ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା କହିଛନ୍ତି, ଆଗାମୀ କିଛି ଦିନ ମଧ୍ୟରେ ସୋଭିଏତ ଋଷ ଦ୍ୱାରା ନିର୍ମିତ ମିଗ୍ -୨୯ ଯୁଦ୍ଧ ବିମାନକୁ ୟୁକ୍ରେନକୁ ଦିଆଯିବ ।

କିନ୍ତୁ ଏଠି ସବୁଠୁ ବଡ଼କଥା ହେଉଛି, ଏହି ମିଗ୍ -୨୯ ଯୁଦ୍ଧ ବିମାନ ୧୯୭୦ ଦଶକରେ ସୋଭିଏତ୍ ୟୁନିଅନରେ ତିଆରି ହୋଇଥିଲା ଏବଂ ବର୍ତ୍ତମାନ ଏହା ଋଷ ବିରୁଦ୍ଧରେ ଲଢ଼ିବ । ପୋଲାଣ୍ଡ ୟୁକ୍ରେନକୁ ୧୧ରୁ ୧୯ଟି ମିଗ-୨୯ ଯୁଦ୍ଧ ବିମାନ ଦେଇପାରେ ବୋଲି ଡୁଡା କହିଛନ୍ତି । ୟୁକ୍ରେନକୁ ମିଗ ଯୁଦ୍ଧବିମାନ ଯୋଗାଇବା ପାଇଁ ଅନ୍ୟ କେତେକ ଦେଶ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପୋଲାଣ୍ଡ ସରକାରଙ୍କ ମୁଖପାତ୍ର ପିଓତ୍ର ମ୍ୟୁଲର କହିଛନ୍ତି । ପୋଲାଣ୍ଡ ପୂର୍ବରୁ ୟୁକ୍ରେନକୁ ଜର୍ମାନ ନିର୍ମିତ ଲେପର୍ଡ-୨ ଟ୍ୟାଙ୍କ ଯୋଗାଇଥିଲା । ଆଉ ଏବେ ସୋଭିଏତ୍ ଋଷ ନିର୍ମିତ ମିଗ୍-୨୯ ୟୁକ୍ରେନକୁ ଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ପୁଣି ମୁହାଁମୁହିଁ ଆମେରିକା-ଇରାନ 🔴 ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ପାଠ୍ୟପୁସ୍ତକ ତ୍ରୁଟି, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି